ବର୍ଷା ଅନୁଭବ ବିବାଦ ପ୍ରସଙ୍ଗ : ବର୍ଷାଙ୍କୁ ଲାଗିଲା ଅଦାଲତି ଝଟକା; ରିଟ୍ ଆବେଦନକୁ ହାଇକୋର୍ଟଙ୍କ ପକ୍ଷରୁ ଖାରଜ

562

କନକ ବ୍ୟୁରୋ : ବର୍ଷା ଅନୁଭବ ବିବାଦ ପ୍ରସଙ୍ଗ । ବର୍ଷାଙ୍କୁ ଲାଗିଲା ଅଦାଲତି ଝଟକା । ବର୍ଷାଙ୍କ ରିଟ୍ ଆବେଦନକୁ ହାଇକୋର୍ଟଙ୍କ ପକ୍ଷରୁ ଖାରଜ କରି ଦିଆଯାଇଛି । ସୋସିଆଲ ମିଡିଆରେ ଅନୁଭବ ରଖୁଥିବା ମନ୍ତବ୍ୟକୁ ବିରୋଧ କରି ଏହି ମାମଲା ଦାୟର ହୋଇଥିଲା । ଗତବର୍ଷ ଅନୁଭବ ଓ ବର୍ଷାଙ୍କୁ ସୋସିଆଲ ମିଡିଆରେ କୌଣସି ମନ୍ତବ୍ୟ ନରଖିବାକୁ କୋର୍ଟଙ୍କ ପକ୍ଷରୁ ତାଗିଦ କରାଯାଇଥିଲା ।

କେହି କାହା ବିରୋଧରେ ଯେଉଁଭଳି ମନ୍ତବ୍ୟ ନଦିଅନ୍ତି ସେ ନେଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି କୌଣସି ଭିଡ଼ିଓ ପୋଷ୍ଟ ନକରିବାକୁ ମଧ୍ୟ ଅନୁଭବଙ୍କୁ କୋର୍ଟ ତାଗିଦ୍ କରିଥିଲେ । ହେଲେ ପୁଣିଥରେ ଅନୁଭବ ବର୍ଷାଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବର୍ଷା ତାଙ୍କ ଜୀବନରୁ ଚାଲିଯିବାକୁ ପୋଷ୍ଟ କରି ଅନୁରୋଧ କରିବା ସହ ତାଙ୍କ ପରିବାରକୁ ଶାନ୍ତିରେ ରହିବାକୁ ଦିଅନ୍ତୁ ବୋଲି ଅନୁରୋଧ କରି ପୋଷ୍ଟ କରିଥିଲେ ଅନୁଭବ ।