ବିଶ୍ୱ ଜଳ ଦିବସରେ ମନେ ପଡ଼ିଲା ମହାନଦୀ : ବିଧାନସଭାରେ ପ୍ରସଙ୍ଗ ଉଠାଇ ବିଜେପିକୁ ଘେରିଲେ ବିଜେଡି ବିଧାୟକ ଦେବୀ ମିଶ୍ର

ସେପଟେ,ବିରୋଧୀ ଦଳ ନେତା କହିଲେ ଜଳ ସଂରକ୍ଷଣ କରିପାରୁନାହାନ୍ତି ସରକାର

76

କନକ ବ୍ୟୁରୋ : ଜଳଦିବସରେ ବିଧାନସଭାରେ ଉଠିଲା ମହାନଦୀ ପ୍ରସଙ୍ଗ । ପ୍ରଥମେ ଶୂନ୍ୟକାଳରେ ଶାସକ ଦଳ ଏହି ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିଛନ୍ତି । ରାଜ୍ୟର ନଦୀ ଗୁଡିକରେ ଜଳ ସ୍ଥିତିକୁ ନେଇ ବିରୋଧୀଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ୟୁପିଏ ଓ ଏନଡିଏ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ କହି କଟାକ୍ଷ କରିଛନ୍ତି କହିଛନ୍ତି ଆଜି ବିଶ୍ୱ ଜଳ ଦିବସ । ମହାନଦୀ ଶୁଖିଗଲାଣି, ଜଳ ବିବାଦର ସମାଧାନ ହେଉନି । ଏନେଇ ଗୃହରେ ସ୍ୱତନ୍ତ୍ର ଆଲୋଚନା ହେଉ ବୋଲି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ଦେବୀ ମିଶ୍ର । ମହାନଦୀକୁ ନେଇ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଅବିଚାର କରୁଛି ବୋଲି ହୋହାଲ୍ଲା କରିଛନ୍ତି ଶାସକ ଦଳ । ୩୭ ଥର ବୈଠକ ବସିଛି । ହେଲେ କୌଣସି ସମାଧାନର ବାଟ ବାହାରିପାରିନି ।

ଛତିଶଗଡ ସରକାର ଏଥିପ୍ରତି କର୍ରର୍ପାତ କରୁନାହାନ୍ତି । ସେତେବେଳେ ରମଣ ସିଂଙ୍କ ନେତୃତ୍ୱ ସରକାର କିଛି କରିନଥିଲେ ଏବଂ କେନ୍ଦ୍ରର ବିଜେପି ସରକାର ନୀରବଦ୍ରଷ୍ଟା ସାଜିଥିଲେ । ଛତିଶଗଡରେ ସରକାର ବଦଳିଥିଲେ ବି ଅବସ୍ଥା ସମାନ ରହିଛି । ଏହାର ଜବାବ ରଖିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଗୃହରେ ବିରୋଧୀ ଦଳ ନେତା କହିଛନ୍ତି ଜଳ ପାଇଁ ଏତେ ଦରଦ ତେବେ ଆଲୋଚନା କରନ୍ତୁ । ଆଲୋଚନା ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି । ଜଳ ତ ସରକାର ସଂରକ୍ଷଣ କରିପାରିନାହାନ୍ତି ବୋଲି କହି ଶାସକ ଦଳକୁ ଘେରିଛନ୍ତି ଜୟନାରାୟଣ ମିଶ୍ର । ବାଚସ୍ପତି ମହାନଦୀକୁ ନେଇ ଗୃହରେ ଉଦବେଗକୁ ନଜରରେ ରଖି ଜଳସମ୍ପଦ ମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।