କନକ ବ୍ୟୁରୋ: ପକେଟ ଉପରେ ପିଆଜ ମାଡ । ପିଆଜ ଦରବୃଦ୍ଧି ନେଇ ଖାଉଟିଙ୍କ ମୁଣ୍ଡବ୍ୟଥା ହୋଇଥିବାବେଳେ ଏବେ ପିଆଜ ଦରର ସାଂଘାତିକ ସତ ସାମ୍ନାକୁ ଆସିଛି । ଗତକାଲି ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାର (ଏଫପିଏସ) ବା ଉଚିତ୍ ଦୋକାନରେ ପିଆଜର ଉଚିତ୍ ମୁଲ୍ୟ କେଉଁଠି କେତେ ରହିଛି ସେନେଇ ସରକାର ଦର ତାଲିକା ପ୍ରକାଶ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦେଖନ୍ତୁ …ଆପଣଙ୍କ ଅଞ୍ଚଳରେ ସରକାରଙ୍କ ମୁତାବକ ପିଆଜର ଉଚିତ୍ ଦୋକାନୀ ମୁଲ୍ୟ…
ପକେଟ ଉପରେ ପିଆଜ ମାଡ, ଚିନ୍ତାରେ ଖାଉଟି : ସରକାରୀ ରିପୋର୍ଟ ଅନୁସାରେ ରାଜ୍ୟରେ କେଉଁ ସ୍ଥାନରେ କେତେ ଟଙ୍କା ରହିଛି ପିଆଜ ଦର #KanakNews #OnionPriceRise #Odisha pic.twitter.com/95mDU31qmc
— Kanak News (@kanak_news) December 4, 2019
ଅନ୍ୟପଟେ ସରକାରୀଙ୍କ ପିଆଜ ଦର ତାଲିକା ଏବଂ ବଜାର ମୂଲ୍ୟ ତାଲିକା ମଧ୍ୟରେ ଆକାଶ ପାତାଳ ଫରକ ଦେଖିବାକୁ ମିଳିଛି । ଆଜି କଟକ ଛତ୍ରବଜାରରେ ପିଆଜ କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କଟକର ମୁଖ୍ୟ ବ୍ୟବସାୟୀକ ପେଣ୍ଠସ୍ଥଳ ଭାବେ ପରିଚିତ ଛତ୍ରବଜାରରେ ପିଆଜ ଦର ବୃଦ୍ଧି ପରେ ଅନ୍ୟସ୍ଥାନମାନଙ୍କରେ ମଧ୍ୟ ପିଆଜ ଦର ବଢିବାର ସମ୍ଭାବନା ରହିଛି ।
ଆଉ ସ୍ଥିତି ଏପରିକି ଯେ, କିଲେ ନେବା ଜାଗାରେ ଗ୍ରାହକମାନେ ଅଢେଇଶହ ଗ୍ରାମ କିମ୍ବା ତାଠାରୁ କମ ପିଆଜ କିଣିବାକୁ ପସନ୍ଦ କରୁଛନ୍ତି । ପିଆଜର ଏହି ଅହେତୁକ ଦରବୃଦ୍ଧି ଗତ କିଛି ଦିନ ଧରି ଲାଗି ରହିଛି । ପ୍ରଥମେ କିଲୋ ପିଛା ୮୦ ଟଙ୍କାକୁ ବୃ୍ଦ୍ଧି ପାଇଥିବା ବେଳେ ପରବର୍ତି ସମୟରେ ଏହା ୧୦୦ ଏବଂ ଏବେ ୧୨୦ ଟଙ୍କାରେ ପହଂଚିଛି ପିଆଜ ।