ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ : ବାଲିଗୁଡା ବେଲଘରରୁ ଘାଟି ପାହାଡ ଜଙ୍ଗଲ ରାସ୍ତା ଦେଇ ୨୬କିଲୋମିଟର ଚାଲି ଚାଲି ତୁମୁଡିବନ୍ଧ ଆସିଲେ ଛାତ୍ରଛାତ୍ରୀ

239

କନକ ବ୍ୟୁରୋ : ସ୍କୁଲରେ ଶିକ୍ଷକ ନଥିବାରୁ ବାଲିଗୁଡାରେ ଚାଲି ଚାଲି ପ୍ରତିବାଦ କଲେ ଛାତ୍ରଛାତ୍ରୀ । ୨୬ କିଲୋମିଟର ଚାଲି ଚାଲି ଗଲେ ପିଲା । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡା ଅନ୍ତର୍ଗତ ବେଲଘରରେ । ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ଏହାର ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ।

ଶୀତ ରାତିରେ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଆସି ତୁମୁଡିବନ୍ଧ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ୫୦ରୁ ଅଧିକ ଛାତ୍ରଛାତ୍ରୀ । ବେଲଘରରୁ ୨୬ କିଲୋମିଟର ଘାଟି ପାହାଡ ଓ ଘଂଚ ଜଙ୍ଗଲ ଦେଇ ଚାଲି ଚାଲି ଆସିଛନ୍ତି ତୁମୁଡିବନ୍ଧ । ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ସାମନାକୁ ଆଣିବା ପାଇଁ ଛାତ୍ରଛାତ୍ରୀମାନେ ଏହି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ।