କଂଗ୍ରେସର ‘ଓଡିଶା ବନ୍ଦ’ର ପ୍ରଭାବ : ରାସ୍ତା ଉପରେ ଅଟୋ ଚାଳକଙ୍କୁ ପିଟିଲେ ଆନ୍ଦୋଳନକାରୀ; ଯାତ୍ରୀଙ୍କୁ ଓହ୍ଲାଇଦେଲେ

129

କନକ ବ୍ୟୁରୋ : ରାଜଧାନୀରେ ବନ୍ଦର ପ୍ରଭାବ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଅଟୋ ଚାଳକଙ୍କୁ କଂଗ୍ରେସ କର୍ମୀ ଅଟକାଇବା ସହ ତାଙ୍କୁ ମାରପିଟ କରିଛନ୍ତି । ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ରାସ୍ତା ଉପରେ ଅଟୋ ଚାଳକଙ୍କୁ ପିଟିଲେ ଆନ୍ଦୋଳନକାରୀ । ଅଟୋରୁ ଯାତ୍ରୀଙ୍କୁ ଓହ୍ଲାଇଦେବା ସହ ଗାଡି ଡ୍ରାଇଭରଙ୍କୁ ମାଡ ମାରିଥିଲେ ।


ସେପଟେ, କଂଗ୍ରେସର ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଥିବା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟାନାୟକ କହିଛନ୍ତି । ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ଭାବିଛି । ତୈଳ ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ । ରାଜ୍ୟ ସରକାର ୧୦ ଟଙ୍କା ଲିଟର ପିଛା ତୈଳ ଦର ହ୍ରାସ କରିବାକୁ କହିଛନ୍ତି ନିରଂଜନ । ବନ୍ଦ ପାଳନ ବେଳେ ଯଦି କୌଣସି ସ୍ଥାନରେ ହିସାଂକାଣ୍ଡ ଘଟିଥାଏ , ସେଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି ।