ତେଲ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବାଇକ ରାଲି । ବିନା ହେଲମେଟରେ ବାଇକ୍ ରାଲିରେ ନଜର ଆସିଲେ ଏକାଧିକ ଛାତ୍ର କଂଗ୍ରେସ କର୍ମୀ ।

53

କନକ ବ୍ୟୁରୋ: ‘ହାତ’ କରିଛି ଓଡ଼ିଶା ବନ୍ଦ । ତେଲ ର ବୃଦ୍ଧି ପ୍ରତିବାଦ ନେଇ ଓଡ଼ିଶାରୁ କେନ୍ଦ୍ର ଉପରେ ଚାପ ପକାଇବାକୁ ପ୍ରୟାସ । ବନ୍ଦ ବେଳେ ରାଜଧାନୀରେ ଛାତ୍ର କଂଗ୍ରେସ ପକ୍ଷରୁ ବାଇକ ରାଲି କରାଯାଇଛି । କିନ୍ତୁ ଅଧିକାଂଶ ଛାତ୍ର କଂଗ୍ରେସ କର୍ମୀମାନେ ବିନା ହେଲମେଟରେ ବାଇକ ଚଳାଉଥିବା କ୍ୟାମେରାରେ କଏଦ ହୋଇଛି । ତେବେ ରାଜ୍ୟରେ ଡବଲ୍ ହେଲମେଟ୍ ବାଧ୍ୟତାମୂଳକ ଥିବାବେଳେ କଡ଼ା ଚେକିଂ ସହ ଫାଇନ୍ କାଟୁଛି ପୋଲିସ୍ କିନ୍ତୁ କଂଗ୍ରେସ ପାଇଁ କେତେ କାଟିବେ ତାହା ଉପରେ ନଜର ।

ତେବେ ଛାତ୍ର ଓ ଯୁବକ କଂଗ୍ରେସ କର୍ମୀ ମାନେ ଏଜି ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଚଢିଯାଇଥିଲେ । ଟ୍ରାଫିକ ପୋଷ୍ଟ ଉପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଏହା ପରେ ସେଠାରେ ବସି ଧାରଣା ମଧ୍ୟ ଦେଇଥିଲେ । ପୁଲିସ ପହଚିଂ ବୁଝାସୁଝା କରିବା ପରେ ଧାରଣା ସ୍ଥଳରୁ ହଟିଛନ୍ତି ।