ନୋରା ବନାମ ଜ୍ୟାକଲିନ୍ , କନମ୍ୟାନ୍ ସୁକେଶକୁ ନେଇ ବଲିଉଡରେ କ୍ୟାଟ୍ ଫାଇଟ୍

335

କନକ ବ୍ୟୁରୋ : ମହାଠକ ସୁକେଶ ଚନ୍ଦ୍ରଶେଖରକୁ ନେଇ ଏବେ ମୁହାଁମୁହିଁ ଦୁଇ ବଲିଉଡ୍ ସୁନ୍ଦରୀ । ଅଭିନେତ୍ରୀ ଜ୍ୟାକିଲନ ଫର୍ଣ୍ଣାଣ୍ଡିଜ୍ ଓ ନୋରା ଫତେହିଙ୍କ ଭିତରେ ଆରମ୍ଭ ହୋଇ ଯାଇଛି ଆଇନ ଗତ ଲଢେଇ । ସିଂହଳି ସୁନ୍ଦରୀ ଜ୍ୟାକଲିନଙ୍କ ବିରୋଧରେ ଅଭିନେତ୍ରୀ ନୋରା ଫତେଇ ମାନହାନି ମକଦ୍ଦମା ଦାୟର କରିଛନ୍ତି । ନୋରାଙ୍କ ଅଭିଯୋଗ ଅନୁସାରେ –
– ନୋରା ଫତେହିଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା କରିଛନ୍ତି ଜ୍ୟାକଲିନ୍
– ଠକ ସୁକେଶ ଚନ୍ଦ୍ରଶେଖର ମନିଲଣ୍ଡରିଂ ମାମଲାରେ ଜ୍ୟାକଲିନ୍, ନୋରାଙ୍କ ନାଁରେ ଅପପ୍ରଚାର କରିଛନ୍ତି
– ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାବେଳେ ଜ୍ୟାକଲିନ୍, ନୋରାଙ୍କ ଛବି ଖରାପ କରିଛନ୍ତି

ନୋରା-ଜ୍ୟାକଲିନ କ୍ୟାଟ୍ ଫାଇଟ୍ ଭିତରେ ସାମ୍ନାକୁ ଆସିଛି ମହାଠକ ସୁକେଶ ଚନ୍ଦ୍ରଶେଖରର ସାଂଘାତିକ୍ ଚିଠି । ଚିଠିରେ ସୁକେଶ ଦାବି କରିଛନ୍ତି ଯେ, ଅଭିନେତ୍ରୀ ନୋରା ଫତେହି ତାଙ୍କ ଉପରେ ଚାପ ପକାଉଥିଲେ ଜ୍ୟାକଲିନଙ୍କୁ ଛାଡିଦେବା ପାଇଁ । ସୁକେଶ ନିଜ ଚିଠିରେ ଲେଖିଛନ୍ତି –
‘ ମୁଁ ଓ ଜ୍ୟାକଲିନ୍ ଗମ୍ଭୀର ପ୍ରେମ ସମ୍ପର୍କରେ ଥିଲୁ । ଏହାକୁ ନେଇ ଜଳୁଥିଲେ ନୋରା । ମତେ ଜ୍ୟାକଲିନଙ୍କ ବିରୋଧରେ ସବୁବେଳେ ଭଡକାଉଥିଲେ ଏବଂ ମୋ ବ୍ରେନ ୱାସ୍ କରୁଥିଲେ ନୋରା । ନୋରା ଚାହୁଁଥିଲେ ମୁଁ ଜ୍ୟାକଲିନଙ୍କୁ ଛାଡି ତାଙ୍କୁ ଡେଟ୍ କରିବି ।’

ଆର୍ଥିକ ଅପରାଧ ବ୍ୟୁରୋ, ଇଓଡବ୍ଲୁର ଜେରାବେଳେ ଅଭିନେତ୍ରୀ ନୋରା ଫତେହି କହିଥିଲେ, କନ୍ ମ୍ୟାନ୍ ସୁକେଶ ଚନ୍ଦ୍ରଶେଖର ତାଙ୍କୁ କୋଟି କୋଟି ଟଙ୍କାର ଅଫର ଦେଇଥିଲେ । ସୁକେଶ ନୋରାଙ୍କୁ କହିଥିଲେ, ମୋ ଗର୍ଲଫ୍ରେଣ୍ଡ ହେଲେ, ତମର ସବୁ ଖର୍ଚ୍ଚ ମୁଁ ଉଠାଇବି । ୨୦୦ କୋଟି ଠକେଇ ମାମଲାରେ ଜେଲରେ ଅଛନ୍ତି ସୁକେଶ ଚନ୍ଦ୍ରଶେଖର । ଆଉ ଏହି ମାମଲାରେ ଜେରା ପରିଷରଭୁକ୍ତ ହୋଇଛନ୍ତି ଜ୍ୟାକଲିନ୍ ଓ ନୋରା ଫତେହି ।