କ୍ରୀଡା ମନ୍ତ୍ରାଳୟର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ, ମାମଲାର ତଦନ୍ତ କରିବ ସ୍ୱତନ୍ତ୍ର କମିଟି

78

କନକ ବ୍ୟୁରୋ : ଲଗାତର ୩ ଦିନ ଧାରଣା ପରେ ଶେଷରେ ଧାରଣାରୁ ଓହରିଛନ୍ତି କୁସ୍ତିଯୋଦ୍ଧା । କ୍ରୀଡ଼ାମନ୍ତ୍ରୀଙ୍କ ଠାରୁ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିବା ପରେ କୁସ୍ତିଯୋଦ୍ଧା ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ ସାକ୍ଷାତ କରିଥିଲେ । ତେବେ ନିଷ୍ପତି ଅନୁଯାୟୀ ଯାଂଚ କମିଟି ତଦନ୍ତ ନକରିବା ଯାଏଁ ବ୍ରିଜଭୂଷଣ ସିଂହ ନିଜ ପଦରୁ ଦୂରେଇ ରହିବେ ଏବଂ ତଦନ୍ତରେ ସହଯୋଗ କରିବେ ବୋଲି ଅନୁରାଗ ଠାକୁର କହିଛନ୍ତି । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କ୍ରୀଡ଼ାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ନିରପେକ୍ଷ ତଦନ୍ତ ହେବ ବୋଲି ଆଶାବାଦୀ ଅଛନ୍ତି ।

ବ୍ରିଜ ଭୂଷଣଙ୍କ ବିରୋଧରେ ଅଭିଯୋଗର ତଦନ୍ତ ପାଇଁ ୭ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ଅଲିମ୍ପିକ୍ସ ବିଜେତା ଏମ ସି ମ୍ୟାରିକମ୍ ଓ ଯୋଗେଶ୍ୱର ଦତ ରହିଛନ୍ତି । ତେବେ କମିଟି ସଦସ୍ୟ ତଥା କୁସ୍ତିଯୋଦ୍ଧା ରେସଲର କହିଛନ୍ତି ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଆଯିବ । ଯଦି ଏହା ମଛି ଅଭିଯୋଗ ହୁଏ ତେବେ କାହିଁକି ଏପରି କରାଯାଇଛି ତାହାର ତଦନ୍ତ କରାଯିବ ବୋଲି ଯୋଗେଶ୍ୱର ଦତ କହିଛନ୍ତି ।

ଭାରତୀୟ କୁସ୍ତିଯୋଦ୍ଧା ମହାସଂଘର ସଭାପତିିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଦିଲ୍ଲୀର ଜନ୍ତରମନ୍ତରରେ ୩ ଦିନ ଧରି ଧାରଣା ଦେଇଥିଲେ କୁସ୍ତିଯୋଦ୍ଧା ।