ସୁନ୍ଦରୀ ଗର୍ଲଫ୍ରେଣ୍ଡ ଜରିଆରେ ବ୍ୟବସାୟୀଙ୍କୁ ବ୍ଲାକମେଲିଂ ! ଟଙ୍କା ପାଇଁ ଗଲାବେଳେ ଉଠାଇ ନେଲା ପୋଲିସ ।

110

କନକ ବ୍ୟୁରୋ : ନିଉଜ୍ କରୁ କରୁ ନିଜେ ନିଉଜ ହୋଇଗଲେ ନିଉଜ ପୋର୍ଟାଲ ମାଲିକ । ଧରା ପଡିଲା ନିଉଜ ପୋର୍ଟାଲ ମାଲିକର ଦଲାଲଗିରି । ସୁନ୍ଦରୀ ଗର୍ଲଫ୍ରେଣ୍ଡକୁ ଲଗାଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ପରେ, ଅଶ୍ଳିଳ ଭିଡିଓ ଭାଇରାଲର ଧମକ ଦେଉଥିଲା ଏହି ଦଲାଲ ଜଣକ । ତେବେ ଦଲାଲ ଗିରଫ ହେବା ପରେ ତା ସୁୁନ୍ଦରି ଗର୍ଲଫ୍ରେଣ୍ଡକୁ ଖୋଜୁଛି ପୁଲିସ ।

ଖଣ୍ଡଗିରି ଥାନାରେ ବ୍ଲାକମେଲର୍ । ଦେଖିବାକୁ ସାଇଲେଂଟ, ହେଲେ କାମରେ ପୁରା ଭାଓଲେଂଟ । ଏହି ସାଇଲେଂଟ କିଲର ଜଣକ ହେଉଛନ୍ତି ଏକ ନିଉଜ ପୋର୍ଟାଲର ମାଲିକ । ନାଁ- ଅନନ୍ତ ମହାରଣା । ତାର କାରନାମା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଅନନ୍ତ ତାର ଗର୍ଲଫ୍ରେଣ୍ଡଙ୍କ ସହ ମିଶି ଜଣେ ପ୍ରତିଷ୍ଠିତ ବ୍ୟବସାୟୀ  ନିତେଶଙ୍କୁ ବ୍ଲାକମେଲ୍ କରିଥିଲେ । ଗାର୍ଲଫ୍ରେଣ୍ଡ ବନିଥିଲେ ବ୍ଲାକମେଲର ଜରିଆ । ବୁଢ଼ିଆଣୀ ଜାଲରେ ଫଶିଯାଇଥିଲେ ଜଣେ ବ୍ୟବସାୟୀ । ୫ ଲକ୍ଷ ଟଙ୍କା ନଦେଲେ ଗର୍ଲଫ୍ରେଣ୍ଡଙ୍କ ସହ ଥିବା ଅଶ୍ଳିଳ ଭିଡିଓ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା । ଟଙ୍କା ନେବାକୁ ଆସିବା ବାଟରେ ଖଣ୍ଡଗିରି ଥାନା ପୁଲିସ ଏହି ନିଉଜ ନାଁରେ ଦଲାଲଗିରି କରୁଥିବା ଅନନ୍ତକୁ ହାତକଡି ପିନ୍ଧାଇଥିଲା ।

ପୁଲିସର ସୂଚନାନୁସାରେ, ଅନନ୍ତର ସବୁଠୁ ବଡ ଅସ୍ତ୍ର ଥିଲା ତାର ସୁନ୍ଦରୀ ଗର୍ଲଫ୍ରେଣ୍ଡ । ନିଜର ବ୍ୟବସାୟ ବଢାଇବା ପାଇଁ ଅଫିସରେ ରଖିଥିଲା ତାର ଗର୍ଲଫ୍ରେଣ୍ଡ ଦେବସ୍ମିତାକୁ । ଏପରିକି ବ୍ୟବସାୟୀ ନିତେଶକୁ ନିଜ ଜାଲରେ ଫସାଇବା ପାଇଁ ବି ତାର ବ୍ୟବହାର କରିଥିଲା । ନିତେଶ ସହ ଦେବସ୍ମିତା ମିଶି ଅଶ୍ଲିଳ ଭିଡିଓ ବି ସୁଟିଂ କରିଥିଲା । ପ୍ରସ୍ତୁତ ହୋଇଥିଲା ବ୍ଲାକମେଲିଂର ପ୍ଲଟ୍ । ବ୍ୟବସାୟୀଙ୍କୁ ଲୁଟିବା ପାଇଁ ହେଲା ବ୍ଲୁ-ପ୍ରିଂଟ । ବ୍ଲାକମେଲିଂ କରି ଅଗ୍ରିମ ଅଢେଇ ଲକ୍ଷ ଟଙ୍କା ଆଦାୟ ବି କରି ନେଇଥିଲା । ଆଉ ଅଢେଇ ଲକ୍ଷ ଟଙ୍କା ଆଣିବାକୁ ଯାଇଥିବା ଅନନ୍ତ ଗିରଫ ହେବା ପରେ, ଫେରାର ହୋଇଯାଇଥିଲା ତାର ସୁନ୍ଦରୀ ଗର୍ଲଫ୍ରେଣ୍ଡ । ଗୋଟିଏ ପଟେ ଦେବସ୍ମିତା ପଛରେ ପୁଲିସ ପଡିଥିବା ବେଳେ, ଏପଟେ ଅନନ୍ତଙ୍କୁ ଏଥିରେ ଫସାଇ ଦିଆଯାଇଛି ବୋଲି ତାଙ୍କ ପତ୍ନୀ କହିଛନ୍ତି ।ଅନନ୍ତ – ଗର୍ଲଫ୍ରେଣ୍ଡ ଦେବସ୍ମିତା ଏବଂ ବ୍ୟବସାୟୀ ନିତେଶ । ଏହି ତ୍ରିକୋଣୀୟ ଚରିତ୍ରକୁ ନେଇ ପୁଲିସ ତନାଘନା ଜାରି ରଖିଛି । କେଉଁ ପରିସ୍ଥିତିରେ ନିତେଶ ଦେବସ୍ମିତାଙ୍କ ଅଶ୍ଳିଳ ଭିଡିଓ ସୁଟିଂ କରାଗଲା ଏବଂ ତାକୁ କିଏ ଭାଇରାଲ କରିଲା । କେବଳ ଦେବସ୍ମିତାଙ୍କୁ ଧରିଲା ପରେ ହିଁ ସବୁ ସତ ସାମ୍ନାକୁ ଆସିବ ।