ରାସନ କାର୍ଡ଼ଧାରୀଙ୍କ ପାଇଁ ବଢ଼ିଲା ମୁସ୍କିଲ ! ପଢ଼ନ୍ତୁ ପୁରା ଖବର, ପରେ ଅସୁବିଧାରେ ପଡ଼ିପାରନ୍ତି

75

ରାସନ କାର୍ଡଧାରୀଙ୍କ ପାଇଁ ବଢିପାରେ ସମସ୍ୟା । ସରକାରଙ୍କ ଏକ ନିଷ୍ପତି ଯୋଗୁଁ ରାସନ କାର୍ଡଧାରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଉଛି । ସରକାର ଏବେ ଏପିଏଲ ରାସନ କାର୍ଡଧାରୀଙ୍କ ସବସିଡି ଦେବା ପାଇଁ ଘରର ମୁଖିଆଙ୍କ ନାମରେ ଖାତା ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏଥିପାଇଁ ଫର୍ମ ପୂରଣ କାମ ମଧ୍ୟ ଆରମ୍ଭ କରିଦେଲେଣି । ରାଜ୍ୟ ଖାଦ୍ୟ ଯୋଜନାଧିକାରୀମାନେ ଡାଇରେକ୍ଟ ବେନିଫିଟ ଟ୍ରାଂସଫର (ଡିବିଟି) ଅନୁସାରେ ରାସନ କାର୍ଡଧାରୀ ବ୍ୟକ୍ତିଙ୍କ ଖାତାରେ ସବସିଡି୍ ଦେବା ପାଇଁ ନଭେମ୍ବର ଠାରୁ ପ୍ରାବଧାନ ଲାଗୁ କରିଦେଇଛନ୍ତି । ଯୋଜନା ମୁତାବକ ପ୍ରତ୍ୟେକ ରାସନ କାର୍ଡଧାରୀଙ୍କ ଖାତାକୁ ୧୮୫ ଟଙ୍କା ଯିବ । ସବସିଡି ଆସିବା ପରେ କାର୍ଡଧାରୀମାନେ ବଜାରରୁ ନିଜେ ରାସନ ଜିନିଷ କିଣିପାରିବେ । ଏଥିପାଇଁ କାର୍ଡଧାରୀଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲିବା ପ୍ରକ୍ରିିୟା ଆରମ୍ଭ ହୋଇଯାଇଛି । ଘରର ମୁଖିଆଙ୍କୁ କାର୍ଡ ବଂଟନ କରି ଖାତା ନମ୍ବର ସହ ଅନ୍ୟ ବିଶେଷ ତଥ୍ୟ ସବୁ ମାଗିଛନ୍ତି ।

ପୂର୍ବ ନିୟମାନୁସାରେ ରାସନ କାର୍ଡ ଥିବା ବ୍ୟକ୍ତିଙ୍କୁ ଗହମ ୫ କିଲୋ ମିଳୁଥିବା ବେଳେ ଚାଉଳ ୧୦ କିଲୋ ବଦଳରେ ୨.୫ କିଲୋ ମିଳୁଥିଲା । ବାକି ୭.୫ କିଲୋ ଚାଉଳ ଦରମା ସବସିଡି ଖାତାରେ ଆସୁଥିଲା । କିନ୍ତୁ ଏଥର ଖାଦ୍ୟ ଯୋଜନା ବିଭାଗ ଏପିଏଲ କାର୍ଡଧାରୀଙ୍କୁ କେବଳ ୫ କିଲୋ ଗହମ ବାଂଟୁଥିବା ବେଳେ ବିଲକୁଲ ଚାଉଳ ଦେଉନାହାନ୍ତି । ଏହାସହ ଦୀପାବଳୀ ସମୟରେ ଚିନି ମିଳିବ ବୋଲି ରାସନ କାର୍ଡଧାରୀମାନେ ଆଶା କରୁଥିଲେ । ବିଭାଗୀୟ ଅଧିକାରୀଙ୍କ ଅନୁସାରେ ଅଗଷ୍ଟ, ସେପଟେମ୍ବର, ଅକ୍ଟୋବର ମାସରେ ପ୍ରତ୍ୟେକ ରାସନକାର୍ଡ ଧାରୀଙ୍କୁ ଚିନି ଦିଆଯାଉଥିଲା । ଏପିଏଲ ରାସନ କାର୍ଡଧାରୀଙ୍କୁ ପାଇଥିବା ଚାଉଳ ଦର ଅନୁସାରେ ହିଁ ସବସିଡି ମିଳିବ, ଯେଉଁଥିପାଇଁ ସରକାର ଖାତା ଖୋଲିବା କାମ ଆରମ୍ଭ କରିଦେଲେଣି ।