ଫିଲ୍ମ ‘ତମକୁ ଦେଖିଲା ପରେ’ରେ ସିଦ୍ଧାନ୍ତ-ନୈନାଙ୍କ ରିଲ୍ ରୋମାନ୍ସ

181

ଆଗକୁୁ ଆସୁଛି ନୂଆ ଓଡିଆ ଫିଲ୍ମ ତମକୁ ଦେଖିଲା ପରେ । ଏବେଠାରୁ ଚର୍ଚ୍ଚା ଏ ଫିଲ୍ମକୁ ନେଇ । ଅଭିନେତ୍ରୀ ନୈନା ଦାସଙ୍କ ଲେଉଟାଣି ସହ କିଛି ଦିନର ବିରତି ପରେ ଅଭିନେତା ସିଦ୍ଧାନ୍ତଙ୍କ ଅନୁଭବି ଅଭିନୟକୁ ଦେଖିବେ ଦର୍ଶକ । ଏ ଦୁଇ ଯୋଡିକୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଭରିଗଲାଣି। ସିଦ୍ଧାନ୍ତ-ନୈନାଙ୍କୁ ନେଇ ଏକ ସୁନ୍ଦର ରୋମାଂଟିକ୍ ଗୀତ ଏହି ଫିଲ୍ମରେ ପିକଚରାଇଜ୍ ହୋଇଥିବାର ଶୁଣିବାକୁ ମିଳିଛି ।

ଫିଲ୍ମ ତମକୁ ଦେଖିଲା ପରେର ନିର୍ଦ୍ଦେଶନା ଚନ୍ଦନ ମହାପାତ୍ର ଦେଇଥିବା ବେଳେ ଶୁଭମ୍ ପାଢୀ ଏହାର ପ୍ରଯୋଜକ ଅଛନ୍ତି । ସିଦ୍ଧାନ୍ତ , ନୈନା ,ସମ୍ବିତ୍ , ଝିଲିକଙ୍କ ସହ ମିହିର ଦାସ ,ମୀନକେତନ ,ହରି ,ପ୍ରିୟଙ୍କା ,ପ୍ରଦ୍ୟୁମ୍ନ ଲେଙ୍କା ଓ ଦେବୁ ବ୍ରହ୍ମା ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି ।