ଛତିଶଗଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଧର୍ମେନ୍ଦ୍ରଙ୍କ ଛତିଶଗଡ଼ ଗସ୍ତକୁ ନେଇ ବିଜେଡିରେ ଚର୍ଚ୍ଚା

15

ଛତିଶଗଡ଼ : ଛତିଶଗଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାୟପୁର ରାଜ୍ୟ ବିଜେପି କାର୍ଯ୍ୟଳୟରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଉପସ୍ଥିତିରେ ସେଠାରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କରିବେ ଧର୍ମେନ୍ଦ୍ର।

ତେବେ ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଧର୍ମେନ୍ଦ୍ର ଛତିଶଗଡ଼ ଗସ୍ତରେ ଏହି ପ୍ରସଙ୍ଗରେ ରମଣ ସିଂହଙ୍କ ସହ ଆଲୋଚନା କରିବେ କି ? ମହାନଦୀ ପ୍ରସଙ୍ଗରେ ବିଜେପି ଓ ବିଜେଡି ବାରମ୍ବାର ମୁହାଁମୁହିଁ ହେଉଥିବାରୁ ଏହି ଗସ୍ତ ସମୟରେ ସେ ବିଜେଡିକୁ କଡ଼ା ଜବାବ ଦେଲା ଭଳି କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ କି ? ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ନିର୍ମାଣ କରୁଥିବା ବନ୍ଧ ଓ ବ୍ୟାରେଜ ବନ୍ଦ ନେଇ ଧର୍ମେନ୍ଦ୍ର ଆଲୋଚନା କରିବେ କି?  ଧର୍ମେନ୍ଦ୍ରଙ୍କ ଛତିଶଗଡ଼ ଗସ୍ତକୁ ନେଇ ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି।

ଏପଟେ ବିଜେଡି ଟିମ୍ ଛତିଶଗଡ଼ ଯାଇ ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିଥିବା ବେଳେ ଏନେଇ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ। ତେଣୁ ଏହା ପୂର୍ବରୁ ଧର୍ମେନ୍ଦ୍ର ନବୀନ ସରକାରଙ୍କୁ ଜକମା ଦେଲା ଭଳି କିଛି କରିବେ କି? ତାଙ୍କୁ ନେଇ ବର୍ତମାନ ଆରମ୍ଭ ହୋଇଛି ଚର୍ଚ୍ଚା ଓ ଆଲୋଚନା।