ସ୍ୱାଧୀନତା ଦିବସ ପୂର୍ବରୁ ସଜେଇ ହେଉଛି ୱାଘା ବୋର୍ଡର ! ଲାଗିବ ନୂଆ ଗେଟ, ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ।

24

ଅମୃତସର ନିକଟବର୍ତ୍ତୀ ୱାଘାଠାରେ ଭାରତ-ପାକିସ୍ତାନ ସୀମା ବେଶ ପ୍ରସିଦ୍ଧ । ପ୍ରତିଦିନ ଏହି ସୀମାରେ ଥିବା ଭାରତ ଓ ପାକିସ୍ତାନ ପକ୍ଷରୁ ଅନୁଷ୍ଠିତ ହୋଇଥାଏ ଚିତ୍ତାକର୍ଷକ ପ୍ୟାରେଡ । ପାକିସ୍ତାନ ପକ୍ଷରୁ ରେଞ୍ଜର୍ସ ଓ ଭାରତ ପକ୍ଷରୁ ବିଏସଏଫ ଏହି ପ୍ୟାରେଡରେ ଭାଗ ନିଅନ୍ତି । ଏହାକୁ ଦେଖିବାକୁ ଉଭୟ ଦେଶର ଜନତା ସମବେତ ହୋଇଥାନ୍ତି । ଏହି ପ୍ୟାରେଡର ଏକ ମୁଖ୍ୟ ଅଂଶ ହେଲା ଏକ ସ୍ୱତନ୍ତ୍ର ଢଙ୍ଗରେ ଉଭୟ ପକ୍ଷର ଗେଟକୁ ଏକ ସ୍ୱତନ୍ତ୍ର ଢଙ୍ଗରେ ଖୋଲିବା ।

ଏବେ ଖବର ମିଳିଛି ଯେ ଉଭୟ ଦେଶ ପକ୍ଷରୁ ନିଜ ନିଜର ଗେଟକୁ ବଦଳାଯିବ । ଏ ନେଇ ଗାତ ଖୋଳା ଆରମ୍ଭ ହୋଇ କଂକ୍ରିଟ କାମ ଆରମ୍ଭ ହୋଇଛି । ଆସନ୍ତା ଅଗଷ୍ଟ ୧୪ ସୁଦ୍ଧା କାମ ଶେଷ କରିବାକୁ ଉଭୟ ଦେଶ ଲକ୍ଷ୍ୟ ରଖିଛନ୍ତି । ନୂଆ ଗେଟକୁ ଆହୁରି ଆକର୍ଷଣୀୟ କରାଯିବ ବୋଲି ସୂଚନା ମିଳିଛି । ଏହା ସହିତ ଦର୍ଶକ ଗ୍ୟାଲେରୀରେ ମଧ୍ୟ କେତେକ ପରିବର୍ତ୍ତନ କରାଯାଇ ଅଧିକ ଦର୍ଶକଙ୍କ ପାଇଁ ସ୍ଥାନ ସୃଷ୍ଟି କରାଯିବ ଓ ପାର୍କିଂ ସ୍ଥାନକୁ ଅଧିକ ବଡ଼ କରାଯିବ ।