ମହାରଷ୍ଟ୍ରରେ ବନ୍ୟା : ସହାୟତାର ହାତ ବଢାଇଲା ଓଡ଼ିଶା; ପୁନେ ଅଭିମୁଖେ ବାହାରିଲେ ୩ଟି ସ୍ୱତନ୍ତ୍ର ବିମାନ ଯୋଗେ ୮ଟି ଏନଡିଆରଏଫ ଟିମ୍

156

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ନେଇ ଓଡିଶାରୁ ଗଲା ଏନଡିଆରଏଫ ଟିମ୍ । ୩ଟି ସ୍ୱତନ୍ତ୍ର ବିମାନ ଯୋଗେ ୮ଟି ଏନଡିଆରଏଫ ଟିମ୍ ପୁନେ ଅଭିମୁଖେ ବାହରିଛି । ୪ଟି ଟିମ୍ ପୁନେରେ ମୁତୟନ ହେବାକୁ ଥିବା ବେଳେ ୨ଟି ଟିମ୍ ରତ୍ନଗିରି ଏବଂ ୨ଟି ଟିମ୍ ଗୋଆ ଯିବ ।

ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖାଦେଇଛି, ତେଣୁ ଓଡିଶାରୁ ଏନଡିଆରଟିମ୍ ପଠାଇବା ପାଇଁ ଗତକାଲି ଠୁ ନିର୍ଦ୍ଦେଶ ଆସିଥିଲା । ମହାରାଷ୍ଟ୍ରରେ ଲଗାତର କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ୨୪ ଘଂଟା ଧରି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥଳରେ ବନ୍ୟା ସ୍ଥିତି ଦେଖାଦେଇଛି । ରତ୍ନଗିରି, ରାଇଗଡ଼, କୋହ୍ଲପୁର ଜିଲ୍ଳାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସାଙ୍ଗଲି ଏବଂ ଅମରାବତିରେ ମଧ୍ୟ ବନ୍ୟା ସ୍ଥିତି ଦେଖାଦେଇଛି । ଏନଡ଼ିଆରଫ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।