ପାଠ୍ୟସୂଚୀରେ ବିପର୍ଯ୍ୟୟ ପରିଚାଳନା । ଯୁକ୍ତ ୩ ସମସ୍ତ ଷ୍ଟ୍ରିମ ପ୍ରଥମ ବର୍ଷରେ ଏହାକୁ ପଢାଯିବ ।

148

କନକ ବ୍ୟୁରୋ: ପାଠ୍ୟସୂଚୀରେ ରହିବ ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା । ଗତ ମେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା । ଯୁକ୍ତ ୩ ସମସ୍ତ ଷ୍ଟ୍ରିମ ପ୍ରଥମ ବର୍ଷରେ ଏହାକୁ ପଢାଯିବ । ଏହା ବାଧ୍ୟତାମୂଳକ ବିଷୟବସ୍ତୁ ଭାବେ ପାଠ୍ୟକ୍ରମରେ ସାମିଲ ହେବ । ୧୦୦ ମାର୍କ ଯୁକ୍ତ ପେପର ସହ ୪ ୟୁନିଟ ବିଶିଷ୍ଟ ହେବ । ଗଣଶିକ୍ଷା ପରିଷଦ ବୈଠକରେ ନିଆଗଲା ନିଷ୍ପତ୍ତି ।

ଏହି ବିଷୟକୁ ସାମିଲ କରିବା ପାଇଁ ଓଡିଶା ସରକାର ମେ ମାସ ୨୯ ତାରିଖରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଥିଲେ । ଓଡିଶା ରାଜ୍ୟ ଉଚ୍ଚ ଉଚ୍ଚ ଶିକ୍ଷା ପରିଷଦ ସ୍ନାତକ ସ୍ତରରେ ପ୍ରଚଳିତ ମଡେଲ ‘ପରିବେଶ ବିଜ୍ଞାନ’ ସିଲାବସକୁ ପରିବେଶ ଶିକ୍ଷା ଓ ବିପର୍ଯ୍ୟ ପରିଚାଳନାରେ ପରିବର୍ତ୍ତନ କରିଛନ୍ତି ।