ଆପଣଙ୍କ ଜୀବନସାଥୀ ଖୋଜିବାରେ ଧୋନି ଦେବେ ସାଥ୍!

84

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଅନଲାଇନ ମେଟ୍ରିିମୋନି ପ୍ଲାର୍ଟଫର୍ମ ଭାରତ ମେଟ୍ରିମୋନିର ବ୍ରାଣ୍ଡ ଆମ୍ବାସାଡାର ଭାବେ ସାମ୍ନାକୁ ଆସିଛନ୍ତି । ଏହି ସଂସ୍ଥା ସହ ଯୋଡି ହୋଇଥିବାରୁ ଖୁସି ବ୍ୟକ୍ତ କରିବା ସହ ଧୋନୀ କହିଛନ୍ତି, ଏହି ସଂସ୍ଥା ପୂର୍ବରୁ ଅନେକ ସଫଳ ବିବାହ କରିଛି । ଦୀର୍ଘ ୧୮ ବର୍ଷ ଧରି ଭାରତୀୟ ମାନଙ୍କୁ ଜୀବନସାଥୀ ବାଛିବାରେ ସାହାର୍ଯ୍ୟ କରିଛି ଏହି ସଂସ୍ଥା । ତେଣୁ ଲୋକେ ଏହା ଉପରେ ଭରସା କରୁଛନ୍ତି ।

କମ୍ପାନି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଖୁବଶୀଘ୍ର ଧୋନିଙ୍କୁ ନେଇ ଏକ ବିଜ୍ଞାପନ ଅଭିଯାନ ଆରମ୍ଭ କରିବେ । ଯାହା ପ୍ରିଣ୍ଟ, ରେଡିଓ, ଟେଲିଭିଜନ ଏବଂ ହୋର୍ଡିଂରେ ଦେଖିବାକୁ ମିଳିବ । କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ଆମେ ଧୋନିଙ୍କ ସହ ଯୋଡି ହୋଇ ଗର୍ବ ଅନୁଭବ କରୁଛୁ । ଏହାଛଡା ଧୋନି ଦେଶର ଲକ୍ଷ ଲକ୍ଷ ଯୁବକଙ୍କ ପ୍ରେରଣା ପାଲଟିଥିବା ବେଳେ ଏହା ଆମ ସଂସ୍ଥାକୁ ଏକ ଉଚ୍ଚ ଶିଖରରେ ପହଞ୍ଚାଇପାରିବ ।

ମହେନ୍ଦ୍ର ସିଂ ଧୋନିଙ୍କୁ ଏବେ କିଛି ଦିନ ପର୍ଯ୍ୟନ୍ତ କ୍ରିକେଟ ମୈଦାନରେ ଦେଖିବାକୁ ମିଳିବ ନାହିଁ । ୱେଷ୍ଟଇଣ୍ଡିଜ ଟି-୨୦ ଦଳରେ ସ୍ଥାନ ପାଇନଥିବା ଧୋନି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ ମଧ୍ୟ ବାଦ୍ ପଡିଛନ୍ତି । ତେଣୁ ଧୋନି ଏହି ସମୟ ମଧ୍ୟରେ ଏହି ବିଜ୍ଞାପନର ସୁଟିଂ କରିବେ ବୋଲି ଜଣାପଡିଛି ।