ପୁରୁଷ ବିଶ୍ୱକପ ହକିର ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଲେ କ୍ରୀଡାପ୍ରେମୀ

96

କନକ ବ୍ୟୁରୋ : ଉନ୍ମୋଚନ ହୋଇଛି ପୁରୁଷ ବିଶ୍ୱକପ୍ ହକିର ଟ୍ରଫି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱକପ୍ ଟ୍ରଫିର ଉନ୍ମୋଚନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଏହି ଟ୍ରଫିର ଉନ୍ମୋଚନ କରିଛନ୍ତି ନବୀନ । ଚଳିତ ମାସ ୨୭ ତାରିଖରେ ବିଶ୍ୱକପ୍ ହକି ଟୁର୍ଣ୍ଣାମେଂଟର ଉଦଘାଟନୀ ଉତ୍ସବ ଆରମ୍ଭ ହେବ । ଏବଂ ୨୮ ତାରିଖରୁ ଆରମ୍ଭ ହେବ ମ୍ୟାଚ୍ । ଏଥିରେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଅଂଶଗ୍ରହଣ କରିବେ । ଏହାକୁ ନେଇ ଓଡ଼ିଶାରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି ।

ଏହାଛଡା କ୍ରୀଡାର ବିକାଶ ପାଇଁ  ବିଭିନ୍ନ କମ୍ପାନୀ ସହ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଛନ୍ତି । ଫୁଟବଲ, ହକି, ଆଥଲେଟିକ, ସୁଟିଂ, ସୁଇମିଂ ଓ ଭାରତ୍ତୋଳନ ଭଳି ୬ଟି କ୍ରୀଡା ପାଇଁ ଏମଓୟୁ ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ବିଶ୍ୱକପ୍ ହକିକୁ ନେଇ ଓଡ଼ିଶାରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଟ୍ରଫିର ଉଦାଘାଟନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଝଳକ ବି ଦେଖିବାକୁ ମିଳିଛି ।