ସରକାରଙ୍କୁ ଟାର୍ଗେଟ କଲେ ମୋହନ ମାଝୀ: କହିଲେ, ଯୋଜନା ହଡପ ହେଉଛି

99

କନକ ବ୍ୟୁରୋ: ଶୂନ୍ୟକାଳରେ ଉଠିଲା ପିଏମ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏନେଇ ସେ କହିଛନ୍ତି, କେନ୍ଦ୍ରୀୟ ଯୋଜନାକୁ ହଡପ କରାଯାଉଛି । ଭୋଟ ରାଜନୀତି ପାଇଁ ବିଜେଡି ନେତା ଓ କର୍ମୀଙ୍କୁ ଗୃହ ବଣ୍ଟା ଯାଉଛି । ପ୍ରକୃତ ହିତାଧିକାରୀଙ୍କୁ ଘର ମିଳିପାରୁନି ।

କେନ୍ଦ୍ରୀୟ ଟିମ ୫ ଜିଲ୍ଲାର ୯ଟି ବ୍ଲକ ଯାଇ ଅନିୟମିତତା ଦେଖିଛନ୍ତି । ଏଥିରେ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି କହିଛନ୍ତି ମୋହନ ମାଝୀ ।

ଆଜି ବିଧାନସଭାରେ ପ୍ରଶ୍ନକାଳ ସମୟରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ । ସେପଟେ ଗୃହରେ ବିରୋଧୀ ଦଳଙ୍କ ହଙ୍ଗାମା ଯୋଗୁଁ ୧୦ ମିନିଟ ପାଇଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।