କରୋନା ନୂଆ ଭାରିଆଣ୍ଟକୁ ନେଇ ସତର୍କ କଲା ଡବ୍ଲୁଏଚଓ : ବଢିପାରେ ସଂକ୍ରମଣ କ୍ଷମତା

424

କନକ ବ୍ୟୁରୋ : କରୋନାର ନୂଆ ଭାରିଆଂଟ ‘ମୁ’କୁ ନେଇ ସତର୍କ କରାଇଛି ଡବ୍ଲୁଏଚଓ । ଏହାକୁ ଭାରିଆଂଟ ଅଫ ଇଂଟ୍ରେଷ୍ଟ ବୋଲି କହିଛି ଡବ୍ଲୁଏଚଓ । ହେଲେ ଏହାକୁ ଭେରିଆଂଟ ଅଫ୍ କନସର୍ନ ବୋଲି ଡବ୍ଲୁଏଚଓ କହିନି । ଏହାକୁ ନେଇ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ନୂଆ ଭାଇରସ ଜାନୁଆରୀରୁ ଚିହ୍ନଟ ହୋଇଥିଲା । ଯାହାକି କଲମ୍ବିଆରୁ ଅଧିକ ରିପୋର୍ଟିଂ ହେଉଛି । କଲମ୍ବିଆରେ ସମୁଦାୟ ସଂକ୍ରମିତରୁ ୩୯ ପ୍ରତିଶତ ଲୋକ ନୂଆ ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ଆଉ ଇକ୍ୱେଡରରେ ମଧ୍ୟ ସଂକ୍ରମିତ ହୋଇଛନ୍ତି । ସମଗ୍ର ବିଶ୍ୱରେ ନୂଆ ଭାଇରସର ପ୍ରିଭେଲେନ୍ସ ମାତ୍ର ୦.୧ ପ୍ରତିଶତ । ଅଗଷ୍ଟ ୩୦ ତାରିଖରେ ଡବ୍ଲୁଏଚଓ ତାକୁ ଭେରିଆଣ୍ଟ ଅଫ ଇଣ୍ଟରେଷ୍ଟ ବୋଲି କହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଭେରିଆଣ୍ଟ ଅଫ କନସର୍ନ ବୋଲି କହିନି ଡବ୍ଲୁଏଚଓ । ତାହାର ଅଳ୍ପ କିଛି ଗୁଣ ଚିହ୍ନଟ ହୋଇଛି । ତାହାର ସଂକ୍ରମଣ କ୍ଷମତା ବଢ଼ିପାରେ । ଅଧିକ ଗୁରୁତର କରିପାରେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ପ୍ରମାଣିତ ହୋଇନାହିଁ । ଡବ୍ଲୁଏଚଓ କହିଛି ଆହୁରି ପରବର୍ତ୍ତୀ ଅନୁଧ୍ୟାନ ଦରକାର ।

ଗୋଟିଏ ଆଚରଣ ବିଧି ଓ ଆଉ ଗୋଟିଏ ଆଚରଣ ପାଳନ । ତା ଭିତରେ ଥିବା ଦୂରତା ବର୍ତ୍ତମାନର ସ୍ଥିତି ଦେଖିଲେ ଜଣାପଡୁଛି । ସରକାର ଲୋକଙ୍କ ସୁବିଧା ପାଇଁ କୋହଳ କଲେ । ଏ ସମୟରେ କଣ ଆଚରଣ ବିଧି ଦରକାର କହିଲେ । କିନ୍ତୁ ରାସ୍ତାଘାଟ ଦେଖିଲେ, ଲୋକ ମାନୁନାହାନ୍ତି । କଟକ ଓ ଭୁବନେଶ୍ୱରରେ ଓଭର କ୍ରାଉଡ଼ିଂ ଅଧିକ । ତେଣୁ ଲୋକଙ୍କ ଗହଳି ଅଧିକ ହେଉଛି ଏବଂ ସୋସିଆଲ ଡିସଟାନସିଂ ପ୍ରାକଟିକାଲ ଭାବେ ପାଳନ ହେଉନି ।