କନକ ବ୍ୟୁରୋ : ଖୋର୍ଦ୍ଧା ଓ କଟକରେ କମୁନି ସଂକ୍ରମଣ । ଏହି ଦୁଇ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଉପରେ ରହୁଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଖୋର୍ଦ୍ଧା ଓ କଟକରେ ଜନସଂଖ୍ୟା ଅଧିକ, ସର୍ଭେଲାନ୍ସ ଅଧିକ ହେଉଛି । ଲୋକଙ୍କ ଯାତାୟତ ଅଧିକ ବୋଲି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ।
ଏଥିପାଇଁ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ପାଖ ଲୋକ କୋଭିଡ୍ ବାହାକ ହୋଇପାରନ୍ତି । ତେଣୁ ଦୂରତା ଅବଲମ୍ବନ କରିବାକୁ ପଡ଼ିବ । ଟିକା ନେଇଛନ୍ତି ବୋଲି କରୋନା ହେବନାହିଁ ବୋଲି ଭାବନ୍ତୁ ନାହିଁ । ବାପା ମାଆଙ୍କଠାରୁ କରୋନା ବ୍ୟାପିପାରେ । ନିଜ ପିଲାଙ୍କୁ ବଂଚାଇବାକୁ ହେଲେ ନିଜେ ଆଗ ସତର୍କ ରହିବାକୁ ପଡ଼ିବ । ଟିକା ନେଇଥିବା ବ୍ୟକ୍ତି ବର୍ଷେରୁ ଦେଢ ବର୍ଷ ଯାଏଁ ପ୍ରତିଶେଧକ କ୍ଷମତା ଯାଂଚ କରିବା ପରେ ହିଁ ବୋଷ୍ଟର ଡୋଜ୍ର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।