ଦିନକ ପରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ! ୨୪ ତାରିଖ ଦିନ ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ମୋଦି ।

119

କନକ ବ୍ୟୁରୋ : ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ମୋଦିଙ୍କ ଫୋକସରେ ଓଡିଶା । ମାସକ ଭିତରେ ମୋଦି ଓଡିଶାକୁ ତିନି ଥର ଆସୁଥିବା ଗସ୍ତସୂଚୀ ଚୂଡାନ୍ତ ହୋଇଛି । ଆସନ୍ତା ୨୪ ତାରିଖରେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଦିନ ଗୋଟାଏରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ମୋଦି । ସେହିପରି ଦିନ ୨ଟାରେ ଖୋର୍ଦ୍ଧାରେ ହେବାକୁ ଥିବା ଜନସଂପର୍କ ସଭାରେ ପ୍ରଧାନମନ୍ତ୍ରୀ ସାମିଲ ହେବେ ।

ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହା ପରେ ଜାନୁୟାରୀ ୫ ତାରିଖ ଓ ୧୬ ତାରିଖରେ ପୁଣି ପ୍ରଧାନମନ୍ତ୍ରୀ ଓଡିଶା ଆସିବେ ବୋଲି ସୂଚନା ମିଳିଛି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଓ ଗଂଜାମ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ଅର୍ଥାତ୍ ବର୍ଷ ଶେଷ ଓ ବର୍ଷ ଆରମ୍ଭର ଏକ ମାସ ଭିତରେ ତିନି ତିନି ଥର ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ମୋଦିଙ୍କ ଘନ ଘନ ଓଡିଶା ଗସ୍ତକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । କୁହାଯାଉଛି, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବିଜେପିର ବଡ ପରାଜୟ ପରେ ଏବେ ମୋଦିଙ୍କ ଫୋକସରେ ରହିଛି ଓଡିଶା ।