ସେନାକୁ ମୋଦି ସରକାରଙ୍କ ଗ୍ରୀନ୍ ସିଗନାଲ । ଭାରତୀୟ ସୀମା ଉପରେ ପାକିସ୍ତାନ ଡ୍ରୋନ ଉଡିବା ମାତ୍ରେ ଧ୍ୱଂସ କରିବାକୁ ନିର୍ଦ୍ଦେଶ ।

527

ସୀମା ଉପରେ ଡ୍ରୋନ ଉଡିଲେ ଧ୍ୱଂସ କରିବାକୁ ସେନାକୁ ମିଳିଲା ଅନୁମତି । ପାକିସ୍ତାନ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ଡ୍ରୋନ ଦେଖିଲେ ଏହାକୁ ନଷ୍ଟ କରିଦେବାକୁ ସେନାକୁ ଅନୁମତି ଦେଲେ ମୋଦି ସରକାର । ପାକିସ୍ତାନ ସୀମା ସଂଲଗ୍ନ ଅଞ୍ଚଳରେ ୧୦୦୦ ଫୁଟ ଉପରେ ଡ୍ରୋନ ଉଡୁଥିବାର ଦେଖିବାକୁ ପାଇଲେ ଏହାକୁ ସଙ୍ଗେ ସଙ୍ଗେ ଖସାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାପୂର୍ବରୁ ପାକିସ୍ତାନ ସେନାର ସହାୟତାରେ ଆତଙ୍କବାଦୀ ସଙ୍ଗଠନ ସୀମା ସେପାରିରୁ ଡ୍ରୋନ ସାହାଯ୍ୟରେ ପଞ୍ଜାବକୁ ଅସ୍ତ୍ରଶସ୍ତ୍ର ପଠାଉଥିବାର ଖବର ସାମ୍ନାକୁ ଆସିଥିଲା । ଏପରିକି ବିଏସଏଫ ଯବାନ ମାନେ ମଧ୍ୟ ଅନେକ ଥର ଏଭଳି ଡ୍ରୋନ ଭାରତୀୟ ସୀମା ଉପରେ ଉଡୁଥିବାର ଦେଖିଛନ୍ତି । ଆଉ ଏହା ଜଣାପଡିବା ପରେ ସୀମା ଉପରେ କୌଣସି ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଲେ ଏହାକୁ ଖସାଇଦେବାକୁ ସେନାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ମୋଦି ସରକାର ।