ସାଇବର କ୍ରାଇମରେ ନାବାଳକ। ଜମତାରା ଷ୍ଟାଇଲରେ ବଡ ଠକେଇ।

133

କନକ ବ୍ୟୁରୋ: ଜମତାରା ଷ୍ଟାଇଲରେ ସାଇବର ମାୟାଜାଲରେ ନାବାଳକ । ନବରଙ୍ଗପୁରରେ ଚାଞ୍ଚଲ୍ୟ ଖେଳାଇଦେଇଛି ନାବାଳକର ସାଇବର କ୍ରାଇମ ଘଟଣା । ଆଉ ଏହି ସାଇବର କ୍ରାଇମର ମାଷ୍ଟରମାଇଣ୍ଡ ଆଉ କେହି ନୁହେଁ ଖୋଦ ଜଣେ ନାବାଳକ ବୋଲି ଜଣାପଡିଛି । ପୁଲିସକୁ ଆଶ୍ଚର୍ଯ୍ୟ କରିଛି ନାବାଳକର ସାଇବର ଅପରାଧ । ଗିରଫ ନାବାଳକ ଗଞ୍ଜାମ ବାଲିପଦର ଅଞ୍ଚଳରେ ରହି ନେଟୱର୍କ ଚଳେଇଥିଲେ । ଆଉ ସମ୍ପୃକ୍ତ ନାବାଳକକୁ ଗଞ୍ଜାମ ବାଲିପଦର ଘରୁ ଗିରଫ କରିଛି ଉମରକୋଟ ପୁଲିସ । ନବରଙ୍ଗପୁର ଉମରକୋଟରେ ଜଣେ ବ୍ୟକ୍ତିଙ୍କଠାରୁ ଲକ୍ଷେରୁ ଅଧିକ ଟଙ୍କା ଠକେଇ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଛି । ପୁଲିସର କହିବା ଅନୁସାରେ
-ନାବାଳକ ମାଷ୍ଟରମାଇଣ୍ଡ ସାଜି ୪୦ ପିଲାଙ୍କ ଦେଉଥିଲା ଟ୍ରେନିଂ
-ସ୍ୱତନ୍ତ୍ର ଆପ ଜରିଆରେ ଦେଉଥିଲା ତାଲିମ
-ସୁରଟ ଯାଇ ନାବାଳକ ସାଇବର ଠକେଇର ଟ୍ରେନିଂ ନେଇଥିଲା
-ସୁରଟରେ ନାବାଳକଙ୍କ ବାପା ବ୍ୟବସାୟ କରୁଥିଲେ

ଏବେ ଆସନ୍ତୁ ଜାଣିବା କେମିତି ହୋଇଥିଲା ଠକେଇ…
ଉମରକୋଟ ବ୍ଲକ ସାନଖଡକା ଗାଁର ଗୋକୁଳ ବିଶ୍ୱାସଙ୍କୁ ଏକ ନମ୍ବରକୁ କଲ ଆସିଥିଲା । ଏହି କଲରେ ସମ୍ପୃକ୍ତ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କର ସେଲସ ମ୍ୟାନେଜର ବୋଲି ପରିଚୟ ଦେଇଥିଲେ । ଆଉ ଆପ ଡାଉନଲୋଡ୍ କରି କେୱାଇସି ଅପଡେଟ କରିବା ପାଇଁ କହିଥିଲେ । ଆଉ ଗୋକୁଳ ଆପ୍ ଡାଉନଲୋଡ କରିବାର ଅଳ୍ପ ସମୟପରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିଲା । ଏକ ଲକ୍ଷରୁ ଅଧିକ ଟଙ୍କା ଠକେଇର ଶିକାର ପରେ ଗୋକୁଳ ଉମରକୋଟ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଉ ତଦନ୍ତ ପରେ ସତ ସାମ୍ନାକୁ ଆସିଛି ।

ଗିରଫ ନାବାଳକଠାରୁ ନଗଦ ୧ ଲକ୍ଷ ୫ ହଜାର, ଗୋଟିଏ ଲାପଟପ, ତିନିଟି ଏଟିଏମ କାର୍ଡ, ୫ଟି ଚେକ୍ ବୁକ୍, ୨ ଟି ବ୍ୟାଙ୍କ୍ ପାସ ବୁକ୍, ଓ କିଛି ଇଲେକ୍ଟ୍ରୋନିକ୍ସ ଡିଭାଇସ, କ୍ରିପ୍ଟ ହେକିଂ ବୁକ୍ ଜବତ କରିଛ । ଆଉ ଉମରକୋଟରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।