ଗଂଜାମ ଜିଲ୍ଳାରେ ଧାନ ସଂଗ୍ରହ ପୂର୍ବରୁ ସମସ୍ୟା ! ମିଲର ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଦେଖାଦେଲା ବିବାଦ

27
କନକ ବ୍ୟୁରୋ : ଗଂଜାମ ଜିଲ୍ଲାରେ ଧାନ ସଂଗ୍ରହ ପୂର୍ବରୁ ଦେଖା ଦେଇଛି ସମସ୍ୟା । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଦେଖାଦେଇଛି ଧାନର ମାନ କମିବା ଆଶଙ୍କା । ଆଉ ଚାଷୀଙ୍କ ଠାରୁ କମ୍ ମାନର ଗମ ଧାନ ନେଇ ଏଫଏକ୍ୟୁ ମାନର ଚାଉଳ ଯୋଗାଇବା ପାଇଁ ଅକ୍ଷମତା ପ୍ରକାଶ କରିଛନ୍ତି ଜିଲ୍ଲାର ରାଇସ ମିଲର୍ସ ସଂଘ । ଫଳରେ ବିଭିନ୍ନ ଦାବି ନେଇ ମିଲର ମାନେ କରିଛନ୍ତି ଏକ ଜରୁରୀ ବୈଠକ । ଅଖାର ଦର ଧାର୍ଯ୍ୟ, ମିଲରଙ୍କ ଗ୍ୟାରେଂଟି ପ୍ରଥା ଉଚ୍ଛେଦ, ଧାମ କ୍ରୟ ସମୟରେ ପିଆଇ ମାନେ ଉପସ୍ଥିତ ରହିବା, ବିଆରଏଲ ଷ୍ଟକ୍ ୧୦ ହଜାର ଜରିମାନା ଉଚ୍ଛେଦ ଇତ୍ୟାଦି ଦାବି କରିଛି ରାଇସ ମିଲର୍ସ ସଂଘ ।
ସେପଟେ ମିଲରମାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଭାଗୀୟ ଅଧିକାରୀ । ଗମ ଧାନ ନେଇ ଏଫଏକ୍ୟୁ ମାନର ଚାଉଳ ଯୋଗାଇବା ଅଭିଯୋଗକୁ ଭିତିହୀନ କହିଛନ୍ତି ଜିଲ୍ଲାର ଯୋଗାଣ ଅଧିକାରୀ । ଧାନ ସଂଗ୍ରହ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ମିଲରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ବେଳେ ଧାନ ସଂଗ୍ରହ କିପରି ହେବ ସେନେଇ ଦେଖା ଦେଇଛି ସମସ୍ୟା ।