ଚୋର ଧରିବ ସିମକାର୍ଡ! ବାଇକ ଓ କାରରେ ଲଗାନ୍ତୁ ମୋବାଇଲ ସିମ୍, ଚୋରି ହେବା କ୍ଷଣି ତୁରନ୍ତ ମିଳିବ ସୂଚନା, ଫୋନରେ ଦେଖାଯିବ ଲାଇଭ୍ ଲୋକେସନ

48

ଏଣିକି ଗାଡି ଚୋରି ହେବାର ରହିବନାହିଁ କୌଣସି ଭୟ । କାରଣ ଆପଣ ଆପଣଙ୍କର ଗାଡିକୁ ମୋବାଇଲ ସିମ ଜରିଆରେ ବି ସୁରକ୍ଷିତ କରିପାରିବେ । ସେହିପରି ମାର୍କେଟରେ ବି ଏବେ ଏଭଳି ଅନେକ ଡିଭାଇସ ଉପଲବ୍ଧ, ଯେଉଁଥିରେ ସିମ ଲଗାଇ, ତାକୁ ଗାଡି ସହ କନେକ୍ଟ କରି ଚୋରଙ୍କ କବଳରୁ ଗାଡିକୁ ରକ୍ଷା କରିପାରିବେ ।ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା ।

ବିଭିନ୍ନ ବୈଦ୍ୟୁତିକ ଉପକରଣ ପ୍ରସ୍ତୁତ କରୁଥିବା କଂପାନୀ iMars ମାଇକ୍ରୋ ଜିପିଏସ ଟ୍ରାକର ଲଂଚ କରିଛି । ଯେଉଁଥିରେ ସିମ ଲଗାଯାଇପାରିବ । ଏହାପରେ ଏହାକୁ ଗାଡିର ବ୍ୟାଟେରୀ ସହ କନେକ୍ଟ କରି ଲୁଚାଇଦିଆଯାଇଥାଏ । ଏବେ ୟୁଜରଙ୍କୁ ନିଜ ସ୍ମାର୍ଟଫୋନରେ ଏହା ସହ ଜଡିତ ଏକ ଆପ ଇନଷ୍ଟଲ କରିବାକୁ ପଡିବ । ଏବଂ ଯେତେବେଳେ ଆପଣଙ୍କ ବିନା ଅନୁମତିରେ କେହି ଆପଣଙ୍କ ଗାଡିକୁ ଛୁଇବାକୁ ଚେଷ୍ଟା କରିବେ କିମ୍ବା ଚଲାଇବାକୁ ଚେଷ୍ଟା କରିବେ ତେବେ ଏନେଇ ତୁରନ୍ତ ଆପଣଙ୍କ ଫୋନକୁ ନୋଟିଫିକେସନ ଚାଲିଆସିବ । ଏହି ଡିଭାଇସରେ ଆପଣଙ୍କୁ ଏକ ମାଇକ୍ରୋ ସିମ ଲଗାଇବାକୁ ହେବ । ଡିଭାଇସରେ ୩ଟି ତାର ଦିଆଯାଇଛି । ଯେଉଁଥିରୁ ଦୁଇଟି ବ୍ୟାଟେରୀ ପାଇଁ ହୋଇଥିବା ବେଳେ ଅନ୍ୟଟି Ignitionianରେ ଲଗାଇବାକୁ ପଡିଥାଏ । ତେବେ ଏଥିରେ ଥିବା କଳା ରଙ୍ଗର ତାରକୁ ବ୍ୟାଟେରୀର ନେଗେଟିଭ, ନାଲି ରଙ୍ଗର ତାରକୁ ବ୍ୟାଟେରୀର ପଜେଟିଭ ପଏଂଟରେ କନେକ୍ଟ କରିବାକୁ ହେବ । ସେହିପରି କମଳା ରଙ୍ଗର ତାରକୁ Ignitionianର ନେଗେଟିଭ ପଏଂଟରେ କନେକ୍ଟ କରିବାକୁ ପଡିଥାଏ ।

ଗାଡିରେ ଡିଭାଇସକୁ ଫିଟ କରିବା ପରେ ଏଥିଇରେ ସିମ ଲଗାଇଦିଅନ୍ତୁ । ଏହାପରେ ଡିଭାଇସର ଲାଇଟ ଅନ ହୋଇଯିବ ଏବଂ ତା ସହିତ ହିଁ ଡିଭାଇସଟି କାମ କରିବା ଆରମ୍ଭ କରିଦେବ । ଏହାପରେ ଆପଣଙ୍କୁ ଡିଭାଇସର ମାନ୍ୟୁଆଲରେ ଦିଆଯାଇଥିବା କ୍ୟୁଆର କୋଡକୁ ସ୍କାନ କରିବାକୁ ହେବ ଏବଂ ଯାହାଦ୍ୱାରା LKGPS ଆପର ଲିଙ୍କ୍ ଓପନ ହୋଇଯିବ । ଏଥିପାଇଁ ଆପଣଙ୍କୁ ଏହି ଆପକୁ ଇନଷ୍ଟଲ କରିବାକୁ ହେବ ଓ ତାକୁ ଲଗଇନ କରିବାକୁ ପଡିବ । ଏଠାରୁ ଆପଣ ଗାଡିର ଲୋକେସନ ଟ୍ରାକ କରିପାରିବେ । ଏଥିସହିତ ହିଁ ଏହି ଆପରେ ଆପଣ ଗାଡିର ରିଡିଂ ମଧ୍ୟ ଦେଖିପାରିବେ । ଏହାଛଡା ଯଦି କେହି ଆପଣଙ୍କ ବିନା ଅନୁମତିରେ ଗାଡିକୁ ଛୁଇଁବାକୁ କିମ୍ବା ଚଲାଇବାକୁ ଚେଷ୍ଟା କରେ ତେବେ ସଙ୍ଗେ ସଙ୍ଗେ ଏନେଇ ଆପଣଙ୍କ ମୋବାଇଲକୁ ନୋଟିଫିକେସନ ଚାଲିଆସିବ । ଯାହାଦ୍ୱାରା ଆପଣ ଚୋରିରୁ ନିଜ ଗାଡିକୁ ରକ୍ଷା କରିପାରିବେ ।