ବିବାଦୀୟ ସେକ୍ସ ସିଡି ଘଟଣା : ଆସିଲା ମୃତ ରିଷି ମହାନ୍ତିଙ୍କ ଭିସେରା ରିପୋର୍ଟ

45

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ :  ଆସିଲା ରିଷି ମହାନ୍ତିଙ୍କ ଭିସେରା ରିପୋର୍ଟ । ବିବାଦୀୟ ସେକ୍ସ ସିଡି ଓ ଇଂଜିନିୟରିଂ ଛାତ୍ର ରିଷି ମହାନ୍ତି ମୃତ୍ୟୁ ଘଟଣାକୁ ରାଜନୀତି ଜୋର ଧରିଥିବା ବେଳେ ରିଷିଙ୍କ ଭିସେରା ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ପୋଲିସ ଆଜି ଏହି ରିପୋର୍ଟର ତଥ୍ୟ ପ୍ରକାଶ କରିପାରେ ।

ଫୋରେନସିକ୍ ଲାବରେଟୋରୀ ପକ୍ଷରୁ ୩ ସେଟ୍ ରିପୋର୍ଟ ପ୍ରଦାନ କରାଯାଇଛି । ଗୋଟିଏ ସେଟ୍ କ୍ୟାପିଟାଲ ହସ୍ପିଟାଲର ଅଧିକ୍ଷକଙ୍କ ନିକଟକୁ ପଠାଯାଇଥିବା ବେଳେ ଅନ୍ୟ ଦୁଇଟି ଭୁବନେଶ୍ୱର ଡିସିପି ଓ ତଦନ୍ତକାରୀ ଅଧିକାରୀଙ୍କୁ ଦିଆଯାଇଛି । ରିପୋର୍ଟ ଆସିଛି କିନ୍ତୁ ସେଥିରେ ଥିବା ତଥ୍ୟ ବାବଦରେ ତର୍ଜମା କରାଯାଇ ନଥିବା ସୂଚନା ଦେଇଛନ୍ତି ଡିସିପି ସତ୍ୟବ୍ରତ ଭୋଇ ।

ତଥ୍ୟ ଗୁଡିକୁ ତର୍ଜମା ପରେ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି । ତେବେ ଭିସେରା ରିପୋର୍ଟର ତଥ୍ୟ ପରେ ବି ପୋଲିସ ପାଇଁ ଅଧିକ ଚ୍ୟାଲେଂଜ୍ ରହିଛି । ବ୍ଲୁ ସିଡିର ପ୍ରସ୍ତୁତକର୍ତା ରିଷିଙ୍କ ପ୍ରେମିକା ସଂପର୍କରେ ସଠିକି ତଦନ୍ତ ହେଲେ ହିଁ ତଦନ୍ତରେ ଏହା ସହାୟକ ହେବ । ସେପଟେ ବିବାଦୀୟ ସେକ୍ସ ସିଡିରେ ଥିବା ଯୁବତୀଙ୍କ ପରିଚୟ ପାଇଥିଲେ ବି ବୟାନ ରେକର୍ଡ କରିବାର ଉଦ୍ୟମ କରିନି ପୋଲିସ । ଯୁବତୀଙ୍କ ବୟାନ ରେକର୍ଡ କରିବା ପରେ ହିଁ ରହସ୍ୟ ଉପରୁ ପର୍ଦ୍ଦା ଉଠିବ ବୋଲି ଆଶା କରାଯାଉଛି ।