ରାସ୍ତା କଡ଼ରେ ଜୁସ୍ ବିକ୍ରି କରି ପୁଅକୁ କରିଥିଲେ ସିଆରପିଏଫ୍ ଯବାନ ! ଆତଙ୍କବାଦୀ ଆକ୍ରମଣରେ ହଜିଗଲା ଆଖିର ତାରା ,ବିକଳ ହୋଇ କାନ୍ଦୁଛନ୍ତି ବାପା

1,282

ପୁଲୱାମା ଆକ୍ରମଣରେ ବିହାର ନିବାସୀ ରତନ ଠାକୁର ସହିଦ ହୋଇଛନ୍ତି । ସହିଦ ହେବାର ଖବର ଆସିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । କାନ୍ଦବୋବାଳିରେ ଫାଟପଡ଼ୁଛି ଗାଁ । ସମସ୍ତଙ୍କ ଆଖିରେ ଲୁହ । ରତନଙ୍କ ବାପା ନିରଞ୍ଜନ ଠାକୁର ଖବର ପାଇବା ପର ଠାରୁ ବିକଳରେ କାନ୍ଦୁଛନ୍ତି । ଯେତେ ବୁଝେଇଲେ ବି ଆଖିରୁ ଲୁହ ଶୁଖୁନି । ପୁଅକୁ ପାଠ ପଢ଼ାଇବା ପାଇଁ ମଜୁରୀ କରୁଥିଲେ ନିରଞ୍ଜନ । ରାସ୍ତାରେ ଜୁସ୍ ବିକ୍ରି କରୁଥିଲେ । ଠେଲା ଲଗାଇ ପୋଷାକ ବି ବିକ୍ରି କରୁଥିଲେ । ହେଲେ ଏବେ ସବୁ ଶେଷ ହୋଇଗିଲା । ଆଖିର ତାରା କୁଆଡ଼େ ହଜିଗଲା । ଆତଙ୍କବାଦୀମାନେ ମୋପୁଅକୁ ମାରିଦେଲେ ।

ସେ କହିଛନ୍ତି ରତନ ଜଣେ ମେଧାବୀ ଛାତ୍ର ଥିଲେ । ୨୦୧୧ରେ ସିଆରପିଏଫରେ ଭର୍ତ୍ତି ହୋଇତି ରତନ । ତାଙ୍କର ଚାକିରି ହେବାପରେ ଘରେ ଆର୍ଥିକ ଅବସ୍ଥାରେ ସ୍ୱଚ୍ଛଳ ହେବାରେ ଲାଗିଥିଲା । ଦୀର୍ଘ ଦିନର କଷ୍ଟ ପରେ ଧୀରେ ଧୀରେ ସବୁ ଠିକ ହେବାରେ ଲାଗିଥିଲା । ହେଲେ ଘରର ରୋଜଗାରିଆ ପୁଅ ଏବେ ଆଉ ନାହିଁ । କାହା ସାହାରାରେ ବଂଚିବେ ବୋଲି କହିଛନ୍ତି ନିରଞ୍ଜନି । ସହିଦ ରତନଙ୍କ ସ୍ତ୍ରୀ ରାଜନନ୍ଦିନି କହିଛନ୍ତି ଘଟଣା ଦିନ ପାଖାପାଖି ସାଢ଼େ ଗୋଟାଏରେ ସେ ଫୋନ୍ କରିଥିଲେ । ଶ୍ରୀନଗର ଯାଉଛି, ରାତିରେ କଥା ହେବ ବୋଲି କଥା ଦେଇଥିଲେ । ହେଲେ ଏପରି ଅଫେରା ବାଟରେ ଗଲେ ଯେ ଆଉ ଫେରିଲେନି କି କଥା ରଖିଲେନି ।