କେବଳ ମନମହୋନ ସିଂହ ନୁହନ୍ତି ! ଦେଶର ୭ ନେତା ଆକସ୍ମିକ ଭାବରେ ହୋଇଥିଲେ ପ୍ରଧାନମନ୍ତ୍ରୀ

ଦେଶର ୭ ନେତା ଆକସ୍ମିକ ଭାବରେ ହୋଇଥିଲେ ପ୍ରଧାନମନ୍ତ୍ରୀ

197

କନକ ବ୍ୟୁରୋ : ଅଭିନେତା ଅନୁପମ ଖେର ଅଭିନୟ କରିଥିବା ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର ପରଦାକୁ ଆସିବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ମନମହୋନ ସିଂହ ନୁହେଁ ବରଂ ଅନେକ ପ୍ରଧାନମନ୍ତ୍ରୀ ଏପରି ଭାବରେ ଆକସ୍ମିକ ଭାବରେ ପ୍ରଧାନମନ୍ତ୍ରୀ ହୋଇଥଲେ । ତେବେ ଜାଣିରଖନ୍ତୁ ଭାରତରେ କେଉଁମାନେ ଏପରି ଭାବରେ ଆକସ୍ମିକ ପ୍ରଧାନମନ୍ତ୍ରୀ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ, ଗାନ୍ଧୀ ପରିବାରର ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ଭାବରେ ଆକସ୍ମିକ ଭାବରେ ପ୍ରଧାନମନ୍ତ୍ରୀ ହୋଇଥିଲେ । କଂଗ୍ରେସ ଭାରତରେ ବହୁମତ ପାଇବାପରେ ତତ୍କାଳୀନ ସମୟରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ସେହି ସମୟରେ ସୋନିଆ ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି ମନାକଲେ । ଏହାପରେ ତାଙ୍କ ସ୍ଥାନରେ ମନମହୋନ ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହି ପଦରେ ଶ୍ରୀ ସିଂହ ୨୨ ମେ’ ୨୦୦୪ଠାରୁ ୨୬ ମେ’ ୨୦୧୪ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏପରି ତଥ୍ୟମ ଶ୍ରୀ ସିଂହଙ୍କ ମିଡିଆ ପରାମର୍ଶ ଦାତା ଲେଖିଥିବା ବହିରୁ ସୂଚନା ମିଳିଛି । ସେ କେବଳ ମିଡିଆ ପରାମର୍ଶ ଦାତା ନୁହେଁ ବରଂ ସେହି ସମୟର ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପ୍ରବକ୍ତା ମଧ୍ୟ ଥିଲେ ।

ତେବେ ଜାଣିରଖନ୍ତୁ କେଉଁମାନେ ଆକସ୍ମିକ ଭାବରେ ପ୍ରଧାନମନ୍ତ୍ରୀ ହୋଇଥିଲେ
ଇନ୍ଦିରା ଗାନ୍ଧୀ
ଇନ୍ଦିରାଙ୍କୁ ଦେଶର ପ୍ରଥମ ଆକସ୍ମିକ ପ୍ରଧାନମନ୍ତ୍ରୀ କୁହାଯାଇପାରେ । ୧୯୬୬ ମସିହାରେ ତାସକଞ୍ଜରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲା ବାହାଦୁର ଶାସ୍ତ୍ରୀଙ୍କର ନିଧନ ହେବା ପରେ ତାଙ୍କ ସ୍ଥାନରେ ଇନ୍ଦିରାଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା । ସେହି ସମୟରେ ମୋରାରଜୀ ଦେସାଇ, ଜଗଜୀବନ ରାମ, ଗୁଲଜାରୀ ଲାଲ ନନ୍ଦା ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବୀଦାର ଥିଲେ । କିନ୍ତୁ ନେହେରୁଙ୍କ ସମର୍ଥକ ମାନେ ଇନ୍ଦିରାଙ୍କ ନାମ ଆଗକୁ ନେଇଥିଲେ । ତେଣୁ ଇନ୍ଦିରା ପ୍ରଧାନମନ୍ତ୍ରୀ ହୋଇପାରିଥିଲେ ।

ଚୌଧୁରୀ ଚରଣ ସିଂହ

୧୯୭୭ ସାଧାରଣ ନିର୍ବାଚନରେ କଂଗ୍ରେସ ପରାଜୟ ହୋଇଥିଲା । ଏହାପରେ ବିଭିନ୍ନ ରାଜନୈତିକ ଦଳ ମିଶି ସରକାର ଗଠନ କରିଥିଲେ । ମୋରାର ଜୀ ଦେସାଇ ପ୍ରଧାନମନ୍ତ୍ରୀ ହୋଇଥିଲେ । ଚରଣ ସିଂହ ଉପ-ପ୍ରଧାନମନ୍ତ୍ରୀ ହୋଇଥିଲେ । କୌଣସି କାରଣରୁ ଜନତା ଦଳରେ ଝଗଡା ହେଲା ଆଉ ସରକାର ଭାଙ୍ଗିଗଲା । ଏହାପରେ କଂଗ୍ରେସ ସମର୍ଥନରେ ୧୯୭୯ ମସିହାରେ ଚରଣ ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ କଂଗ୍ରେସ ଅର୍ଥାତ ଇନ୍ଦିରା ଗାନ୍ଧୀ ଚରଣଙ୍କ ଠାରୁ ସମର୍ଥନ ନେଇ ଯିବାପରେ ସରକାର ଭାଙ୍ଗିଯାଇଥିଲା । ତେଣୁ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ରାଜୀବ ଗାନ୍ଧୀ

୧୯୮୪ ମେ ୩୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନିଜ ସୁରକ୍ଷା କର୍ମୀମାନେ ଗୁଳିମାରିବାରୁ ତାଙ୍କର ମୁତ୍ୟୃ ହୋଇଥିଲା । ତେଣୁ ଦେଶର ନେତୃତ୍ୱ ନେବା ପାଇଁ ନେତା ଖୋଜା ଆରମ୍ଭ ହୋଇଥିଲା । ଏହାପରେ ଇନ୍ଦିରାଙ୍କ ବଡ ପୁଅ ଅର୍ଥାତ ରାଜୀବ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା । ରାଜୀବ ଦେଶର ସପ୍ତମ ତଥା ସବୁଠାରୁ କମ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ସେହି ସମୟରେ ରାଜୀବ ପ୍ରଧାନମନ୍ତ୍ରୀ ହେବା ପାଇଁ ଇଚ୍ଛା କରିନଥିଲେ । ହେଲେ ପରିସ୍ଥିତି ଏପରି ସୃଷ୍ଟି ହେଲା ସେ ହିଁ ପ୍ରଧାନମନ୍ତ୍ରୀ ହେଲେ । ୧୯୮୦ ମସିହାରେ ଭାଇଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ମା’ଙ୍କୁ ସହୋଯୋଗ କରିବା ପାଇଁ ସେ ରାଜନୀତିରେ ପାଦ ଥାପିଥିଲେ । ୧୯୯୧ ମସିହାରେ ରାଜୀବ ସାଧାରଣ ନିର୍ବାଚନରେ ପ୍ରଚାର କରିବା ପାଇଁ ତାମିଲନାଡୁ ଯାଇଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା ।

ଚନ୍ଦ୍ରଶେଖର

୧୯୯୦ ମସିହାରେ ଏକ ଘଟଣାକ୍ରମରେ ସମାଜବାଦୀ ପାର୍ଟି ନେତା କଂଗ୍ରେସ ସହ ମିଶି ସରକାର ଗଢି ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ମାତ୍ର ୬ ମାସ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ । ଲାଲକୃଷ୍ଣ ଆଡଭାନୀ ଗିରଫ ହେବା ପରେ ବିଜେପି ବିପି ସିଂହ ସରକାରଠାରୁ ନିଜର ସମର୍ଥନ ଫେରାଇ ନେଇଥିଲେ । ସେହି ସମୟରେ ନେତୃତ୍ୱ ପରିବର୍ତନ କରିବାର ସମୟ ଥିଲା । କିନ୍ତୁ ଏହାକୁ ମାନିବାକୁ ବିପି ସିଂହ ପ୍ରସ୍ତୁତ ନଥିଲେ । ସେହି ସମୟରେ ରାଜୀବ ଗାନ୍ଧୀ ତାଙ୍କ ସହ ସମ୍ପର୍କ କରିଥିଲେ ଓ ସମର୍ଥନ ମଧ୍ୟ ଦେଇଥିଲେ । ହେଲେ ଏହା ମାତ୍ର ୬ ମାସ ଚାଲିଥିଲା । ତେଣୁ ୧୯୯୧ ମସିହାରେ ଚନ୍ଦ୍ରଶେଖର ଇସ୍ତଫା ଦେଇଥିଲେ ।

ପିବି ନରସିଂହ ରାଓ

ପିବି ରାଓ ଜଣେ ଓକିଲ ଥିଲେ । କଂଗ୍ରେସ ସରକାର ସମୟରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ କାମ ମଧ୍ୟ କରିଛନ୍ତି । ୧୯୯୧ ଜୁନ ୨୧ରେ ଚନ୍ଦ୍ରଶେଖର ଇସ୍ତଫା ଦେବା ପରେ ହଠାତ ତାଙ୍କ ନାମ ପ୍ରଧାନମନ୍ତ୍ରୀ ପାଇଁ ଚୟନ କରାଯାଏ । କେବଳ ଚୟନ କରାଯାଇନଥିଲା ବରଂ ସେ ହିଁ ପ୍ରଧାନମନ୍ତ୍ରୀ ହୋଇଥିଲେ ।

ଏଚଡି ଦେବଗୌଡା

ଏଚଡି ଦେବଗୌଡା ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହଠାତ ହିଁ ହୋଇଥିଲେ । ପାଖାପାଖି ୧ ବର୍ଷ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ । ଦେଶରେ ତାଙ୍କର ନାମ ମଧ୍ୟ ଚର୍ଚ୍ଚାରେ ନଥିଲା । ସେହି ବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ୧୪୦ ସିଟରେ ବିଜୟ ହୋଇ ଦ୍ୱିତୀୟ ଦଳ ଭାବରେ ଉଭା ହୋଇଥିଲା । କିନ୍ତୁ ସରକାର କରିବା ପାଇଁ ତାଙ୍କ ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିଲା । ଏହା ପଛକୁ ରାଷ୍ଟ୍ରୀୟ ମୋର୍ଚ୍ଚା ଥିଲା । ଯାହା ପାଖରେ ୭୯ ସିଟ ରହିଥିଲା । କିଛିଦିନ ପୂର୍ବରୁ କର୍ଣ୍ଣାଟକରେ ସେ ବିଧାନସଭା ନିର୍ବାଚନରେ ବିଜୟ ହୋଇଥିଲେ । ତେଣୁ କର୍ଣ୍ଣାଟକରେ ସେ ସରକାର କରିଥିଲେ । ତାଙ୍କ ପାଖରେ ୪୬ ଜଣ ସାଂସଦ ଥିଲେ । ବିଜେପିକୁ ସରକାର ନକରିଦେବା ପାଇଁ କଂଗ୍ରେସ ପୂରା ଚେଷ୍ଟା କରିଥିଲା । ତେବେ ପରେ ନିଜ ସପକ୍ଷରେ ସାଂସଦଙ୍କ ସମର୍ଥନ ଥିବା ନେଇ ସରକାର କରିବା ପାଇଁ ଦାବି କରିଥିଲେ ।

ଆଇକେ ଗୁଜୁରାଲ

୧୯୯୭ ସରକାରକୁ ଭିତିରିଆ ସମର୍ଥନ ଦେଉଥିବା କଂଗ୍ରେସ ନିଜର ସମର୍ଥନ ଫେରାଇ ନେଇଥିଲା । ରାଜନୈତିକ ସଙ୍କଟ ଓ ଉପ-ନିର୍ବାଚନକୁ ଏଡାଇବା ପାଇଁ ସଞ୍ଜୁକ୍ତ ମୋର୍ଚ୍ଚା ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଥିଲା । ଏହାପରେ ଏଚଡି ଦେବଗୌଡା ଇସ୍ତଫା ଦେଇଥିଲେ । ପରେ ସଞ୍ଜୁକ୍ତ ରାଷ୍ଟ୍ରର ନୂଆ ନେତା ଭାବରେ ଚୟନ ହୁଅନ୍ତି । ପରେ ୨୧ ଏପ୍ରିଲ ୧୯୯୭ ମସିହାରେ ଦେଶର ୧୨ତମ ପ୍ରଧାନମନ୍ତ୍ରୀ ଭାବରେ ଗୁଜରାଲ ପ୍ରଧାନମନ୍ତ୍ରୀ ଭାବେ ଶପଥ ନିଅନ୍ତି । କିନ୍ତୁ ପରେ ଏକ ମାମଲାରେ କଂଗ୍ରେସ ସମର୍ଥନ ପୁଣି ଥରେ ଫେରାଇ ନେଲା । ୨୮ ନଭେମ୍ବର ୧୯୯୭ରେ ସେ ଇସ୍ତଫା ଦେଇଥିଲେ । ମୋଟ ଉପରେ ସେ ୧୧ ମାସ ଧରି ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ ।