ମନ୍ତ୍ରୀ ଅଖିଳ ଗିରିଙ୍କ ବିବାଦୀୟ ବୟାନ ପାଇଁ କ୍ଷମା ମାଗିଲେ ମମତା ବାର୍ନାଜୀ। କହିଲେ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ନିନ୍ଦନୀୟ। 

178

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ନିଜ ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ । କାହା ପ୍ରତି ବ୍ୟକ୍ତିଗତ ଆକ୍ଷେପ କରିବା ତାଙ୍କ ଦଳର ପ୍ରକୃତି ନୁହେଁ । ଏନେଇ ସେ ବିଧାୟକଙ୍କୁ ସତର୍କ କରିଥିବା ବେଳେ ଦଳ ଏଥିପାଇଁ କ୍ଷମା ମାଗିଥିବା ମମତା କହିଛନ୍ତି । ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନିନ୍ଦା କରିବା ସହ ଆମେ ରାଷ୍ଟ୍ରପତିଙ୍କୁ ସମ୍ମାନ ଦେଉ, ସେ ଜଣେ ଭଲ ମହିଳା ବୋଲି କହିଛନ୍ତି ମମତା ।

ସୁନ୍ଦରତା ଯାହା ଦେଖା ହୁଏ ତାହା ନୁହେଁ ବରଂ ଯାହା ତୁମ ଭିତରେ ଥାଏ ବୋଲି କହିଛନ୍ତି ଟିଏମସି ନେତ୍ରୀ । ନିକଟରେ ପଶ୍ଚିମବଙ୍ଗ କ୍ୟାବିନେଟ ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଫଶିଥିଲେ । ଯାହାକୁ ନେଇ ଟିଏମସି ସମାଲୋଚନା ଓ ବିରୋଧର ସମ୍ମୁଖୀନ ହେଉଛି ।