ବାପା ମା’ଙ୍କ ବିରୋଧରେ ପୁଅର ଅଭିଯୋଗ ! ତାଙ୍କ ବିନା ଅନୁମତିରେ ଜନ୍ମ ଦେଇଥିବାରୁ ଯିବେ କୋର୍ଟ ।

ମୁମ୍ବାଇର ଜଣେ ବ୍ୟକ୍ତି ତାଙ୍କ ପିତା ମାତାଙ୍କ ବିରୁଧରେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

755

ମୁମ୍ବାଇର ଜଣେ ବ୍ୟକ୍ତି ତାଙ୍କ ପିତା ମାତାଙ୍କ ବିରୁଧରେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ବିନା ଅନୁମତିରେ ତାଙ୍କୁ ଜନ୍ମ ଦେଇଥିବାରୁ ସେ ତାଙ୍କ ବାପା ମା’ଙ୍କ ବିରୁଧରେ ଅଭିଯୋଗ ଆଣିଛନ୍ତି । ଗଣ ମାଧ୍ୟମରେ ଏସମ୍ପର୍କରେ କହିବା ପରେ ଏହି ଘଟଣା ସମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ୨୭ ବର୍ଷିୟ ରାଫେଲ ତାଙ୍କ ପିତାମାତାଙ୍କ ସହ ମୁମ୍ବାଇରେ ବାସ କରନ୍ତି । ରାଫେଲଙ୍କ ସହ ତାଙ୍କ ପିତା ମାତାଙ୍କର କୌଣସି ମନ ମତାନ୍ତର ହୋଇନାହିଁ , ବାପା ମା’ଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । କିନ୍ତୁ ତାଙ୍କର ଅଭିଯୋଗ କି, ତାଙ୍କ ବାପା ମା’ ତାଙ୍କୁ ନିଜର ସ୍ୱାର୍ଥ ପାଇଁ ଜନ୍ମ କରିଛନ୍ତି । ରାପେଲଙ୍କ କହିବା ଅନୁସାରେ ତାଙ୍କର ଜୀବନଶୈଳୀ ବେଶ ବିଳାସ ବେସନରେ କଟୁଛି । କିନ୍ତୁ ସେ ଚାହାଁନ୍ତି ନାହିଁ ତାଙ୍କ ଜୀବନରେ ସ୍କୁଲ, କଲେଜ, ପାଠପଢା ବାଧକ ସାଜୁ । ପିତା ମାତା ତାଙ୍କୁ ପାଠ ପଢିବା ପାଇଁ କହୁଥିବା ବେଳେ ସେ ତାଙ୍କ ଜୀବନରେ ପାଠପଢାକୁ ଗୁରୁତ୍ୱ ଦେବାକୁ ଚାହାଁନ୍ତି ନାହିଁ ।

ରାଫେଲ ତାଙ୍କ ଫେସବୁକ ପେଜରେ ନିହିଲାନନ୍ଦ ଉପରେ ଆଣ୍ଟି ନେଣ୍ଟାଲିଜିମ୍ ବିରୋଧି ପ୍ରଚାର ଆରମ୍ଭ କରିଛନ୍ତି । ତାଙ୍କର ଏହି ଫେସବୁକ ପେଜକୁ ୧୪ଶହ ଲୋକ ଫଲୋ କରୁଛନ୍ତି । ଆଣ୍ଟିନେଣ୍ଟାଲିଜିମ୍ ଏକ ଦାର୍ଶନିକ ସ୍ଥିତି ଯାହାକି ଜନ୍ମ ପାଇଁ ଏକ ନାକାରାତ୍ମକ ମୂଲ୍ୟ ପ୍ରଦାନ କରିଥାଏ । ତେଣୁ ରାଫେଲଙ୍କ ହିସାବରେ ପିଲା ଜନ୍ମ କରିବାର ମାନେ ହେଉଛି କାହାର ଇଚ୍ଛା ବିରୁଧରେ ଜୀବନଦାନ ଦେବା । ଯାହା ପାଇଁ ସେ ତାଙ୍କ ପିତା ମାତାଙ୍କ ବିରୁଧରେ ଏଭଳି ଅଭିଯୋଗ ଆଣିଛନ୍ତି ।