୫୫ ବର୍ଷ ବନାମ ୫୫ ମାସ ! କଂଗ୍ରେସ ସାମ୍ନାରେ ଟାର୍ଗେଟର ଗାର ଟାଣିଲେ ମୋଦି ।

227

୨୦୧୯ ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରିସାରିଲେଣି ସମସ୍ତ ରାଜନୈତିକ ଦଳ । ଗତକାଲି ଲୋକସଭାରେ ନିଜର ୧୦୦ ମିନିଟର ଅଭିଭାଷଣରେ କଂଗ୍ରେସ ଆଗରେ ଟାର୍ଗେଟର ଗାର ଟାଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀଙ୍କ ମହାମେଂଟକୁ ମହାଅପମିଶ୍ରଣ ବୋଲି କହିଛନ୍ତି ମୋଦି । କଂଗ୍ରେସକୁ ଟାର୍ଗେଟ କରିବା ସହ ୫୫ ବର୍ଷର ସରକାର ବନାମ ୫୫ ମାସର ସରକାରକୁ ତୁଳନା କରିଛନ୍ତି ପ୍ରଧାନମନ୍ତ୍ରୀ । ଭ୍ରଷ୍ଟାଚାର ଠାରୁ ଆରମ୍ଭ କରି ରାଫେଲ, ସେନା, ଗରିବ ଏବଂ ରୋଜଗାର ସମେତ ପ୍ରତିଟି ମୁଦ୍ଦା ଉପରେ ଉତ୍ତର ରଖିଛନ୍ତି ମୋଦି । କଂଗ୍ରେସ ନେତୃତ୍ୱଧୀନ ବିଭିନ୍ନ ସରକାରର ୫୫ ବର୍ଷୀୟ ଶାସନକାଳକୁ ସମାଲୋଚନା କରିଥିବା ବେଳେ ବିଜେପି ସରକାରର ୫୫ମାସର କାର୍ଯ୍ୟକାଳକୁ ସେବାଭାବର ବର୍ଷର ବୋଲି ମୋଦି କହିଛନ୍ତି । କଂଗ୍ରେସକୁ କଡା ଟାର୍ଗେଟ କରି ମୋଦି କହିଛନ୍ତି,

କଂଗ୍ରେସ କୃଷକମାନଙ୍କୁ ବରବାଦ କରିଛି
କଂଗ୍ରେସ ସେନାକୁ ଅସୁବିଧାରେ ପକାଇଛି
କଂଗ୍ରେସ ବ୍ୟାଙ୍କ ସେକ୍ଟରକୁ ବରବାଦ କରିଛି
କଂଗ୍ରେସ ଦେଶକୁ ବରବାଦ କରିଛି
କଂଗ୍ରେସ ରୋଜଗାର ସୃଷ୍ଟି କରିବାରେ ବିଫଳ ହୋଇଛି

ତେବେ ଏହି ଅବସରରେ ମୋଦି ନିଜ ସରକାର ଉପଲବ୍ଧି ବଖାଣିଛନ୍ତି । ଯେଉଁଥିରେ ଜନଧନ ଆକାଉଣ୍ଟ, ଉଜ୍ଜ୍ୱଳା ଯୋଜନା, ସ୍ୱଚ୍ଛ ଭାରତ, ମୁଦ୍ରା ଯୋଜନା ବଳି ଅନେକ ଯୋଜନା ସାମିଲ ରହିଛି ।