ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଳମ୍ବ ଶାଗ ? ଜାଣନ୍ତୁ କିପରି . . .
କଳମ୍ବ ଶାଗର ବ୍ୟବହାର ସାଧାରଣତଃ ଇଣ୍ଡୋନେସିଆ ଓ ଭାରତରେ ବହୁଳ ମାତ୍ରା କରାଯାଇଥାଏ । ଏହା ବିଶେଷ କରି ଦକ୍ଷିଣ ଭାରତ,ପୂର୍ବ ଭାରତର ଓଡିଶା ଓ କଲକାତାରେ ମଧ୍ୟ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରିଥାନ୍ତି । ତେବେ ଏଥିରେ ସାଧାରଣତଃ ଅଧିକ ପରିମାଣରେ ଭିଟାମିନ ମିଶିକରି ରହିଥାଏ । ପ୍ରତି ୧୦୦ ଗ୍ରାମ କଳମ୍ବ ଶାଗରେ କାର୍ବୋହାଇଡ୍ରେଟ୍ ୪ ଗ୍ରାମ, ପୃଷ୍ଟିସାର ୫ ଗ୍ରାମ, ଭିଟାମିନ-ଏ ୩୦୦-୪୦୦ ମାଇକ୍ରୋଗ୍ରାମ, ଭିଟାମିନ-ସି ୫୫ ମିଲିଗ୍ରାମ, ଲୌହ ୨.୦-୩.୧ ମିଲିଗ୍ରାମ ଆଦି ରହିଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ଉପକାରିତା . . .
• କଳମ୍ବ ଶାଗ ପତ୍ରକୁ ସିଝାଇ ସେହି ପାଣିକୁ ପିଇଲେ କୋଷ୍ଠକାଠିନ୍ୟ ରୋଗ ଦୂର ହୋଇଥାଏ ।
• ଏହି ଶାଗ ଖାଇବା ଦ୍ୱାରା ମନରେ ଶାନ୍ତ ଭାବନା ଆସିଥାଏ ।
• ନିଦ୍ରାହୀନତା ଦୂର କରିବାରେ ସହାୟକ ହୋଇଥାଏ ଏହି ଶାଗ ।
• ଭିଟାମିନ-ଏ ଅଧିକ ମାତ୍ରାରେ ଥିବାରୁ ଚକ୍ଷୁ ପାଇଁ ଏହା ଅତ୍ୟନ୍ତ ଉପାଦେୟ ଅଟେ ।
• ଏହି ଶାଗକୁ ଦହି ଏବଂ ଭାତ ସହ ମିଶାଇ ଖାଇବା ଦ୍ୱାରା ଜୀର୍ଣ୍ଣ ଶକ୍ତି ବୃଦ୍ଧି ପାଇଥାଏ ।
• ଶରୀରରେ ଥିବା ରକ୍ତକଣିକା ପରିମାଣ ମଧ୍ୟ ଏହି ଶାଗ ଖାଇବା ଦ୍ୱାରା ବୃଦ୍ଧି ପାଇଥାଏ ।
• ଯକୃତ ଜନିତ ସମସ୍ୟା ଦୂର କରିବାରେ ଏହି ଶାଗ ଅତ୍ୟନ୍ତ ଉପାଦେୟ ହୋଇଥାଏ ।
• ମଧୁମେହ ରୋଗୀମାନେ ଏହି ଶଗାକୁ ନିୟମିତ ରୂପେ ଖାଇଲେ ଉପଶମ ଲାଭକରିଥାନ୍ତି ।
• କଳମ୍ବ ଶାଗ ଖାଇଲେ କେଶର ଘନତ୍ୱ ବଢି ଥାଏ ।
• ଏହି ଶାଗ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇବା ସହ କର୍କଟନିରୋଧ ଭାବେ କାମକରିଥାଏ ।
• ଯୁବତୀ ଓ ମହିଳାମାନେ ନିୟମିତ ଏହି ଶାଗ ଖାଇଲେ ତ୍ୱଚାରେ ଏକ ଚମକ ଆସିଥାଏ ।