ବିବାହ ବନ୍ଧନରେ ବାନ୍ଧିହେଲା ଅଲକାୟଦା ଆତଙ୍କବାଦୀ ଲାଦେନର ପୁଅ ! ୯/୧୧ ଆକ୍ରମଣ ମୁଖ୍ୟର କନ୍ୟାକୁ କଲା ଜୀବନସଙ୍ଗିନୀ ।

34

ଅଲକାୟଦା ଆତଙ୍କବାଦୀ ସଂଗଠନର ମୁଖ୍ୟ ଓସାମା ବିନ୍ ଲାଦେନର ପୁଅ ହମଜା ବିନ୍ ଲାଦେନ୍ ଏବେ ଚର୍ଚ୍ଚାରେ ରହିଛି । ଚର୍ଚ୍ଚାର କାରଣ ୯/୧୧ ରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ବିମାନରେ ଆକ୍ରମଣ କରିଥିବା ମହମ୍ମଦ ଅଟ୍ଟାର ଝିଅକୁ ହମଜା ବିବାହ କରିଛି । ଏକ ଇଂରାଜୀ ପତ୍ରିକାର ରିପୋର୍ଟ ଅନୁସାରେ ଓସାମା ପରିବାର ପକ୍ଷରୁ ଏଭଳି ସୂଚନା ମିଳିଛି । ତେବେ ରିପୋର୍ଟରେ ନବଦମ୍ପତି ଆଫଗାନିସ୍ଥାନରେ ଥିବା ନେଇ ସୁଚନା ମିଳୁଛି ।

ମହମ୍ମଦ ଅଟ୍ଟା ମିଶରର ନାଗରିକ ଥିଲା । ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ଆମେରିକାନ୍ ଏୟାରଲାଇନ୍ସର ବିମାନକୁ ଅପହରଣ କରି ବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ଟକ୍କର ମାରିବା ପଛରେ ମୁଖ୍ୟ ଆତଙ୍କବାଦୀ ମହମ୍ମଦ ଅଟ୍ଟା ଥିଲା । ଏହି ଆକ୍ରମଣରେ ପାଖାପାଖି ୧,୬୦୦ ଲୋକଙ୍କ ଜୀବନ ଯାଇଥିଲା ।

୨୯ ବର୍ଷୀୟ ହମଜା ଅଲକାୟଦାର ଉଚ୍ଚ ପଦବୀରେ ରହିଛି ଏବଂ ନିଜ ପିତୃହତ୍ୟାର ପ୍ରତିଶୋଧ ପାଇଁ ରଣକ୍ଷେତ୍ର ପ୍ରସ୍ତୁତି କରୁଛି । ୨୦୧୧ ମସିହା ମାର୍ଚ୍ଚ ମାସରେ ପାକିସ୍ତାନର ଏବଟାବାଦ୍ ଅଞ୍ଚଳରେ ଆମେରିକା ନୌସେନା ପକ୍ଷରୁ ଓସାମା ବିନ୍ ଲାଦେନକୁ ମାରି ଦିଆଯାଇଥିଲା । ହମଜାର ଭାଇ ଖାଲିଦ୍ ମଧ୍ୟ ଆମେରିକା ଆକ୍ରମଣରେ ମୃତ୍ୟୁବରଣ କରିଥିଲା । ହମଜା ଲାଦେନର ତିନି ପତ୍ନୀଙ୍କ ମଧ୍ୟରୁ ଜଣଙ୍କର ପୁଅ,ଯେ ଆକ୍ରମଣ ସମୟରେ ଏବଟାବାଦରେ ଲାଦେନ୍ ସହ ଥିଲା ।