ରିୟଲ୍ ଲାଇଫର ଜୁଡ଼ୱା : ଜଣଙ୍କୁ ଆଘାତ ଲାଗିଲେ ଅନ୍ୟ ଜଣଙ୍କୁ ହୁଏ କଷ୍ଟ

36

ଯାଆଁଳା ପିଲାକୁ ନେଇ ବହୁତ ଫିଲ୍ମ ଆପଣ ଦେଖିଥିବେ । ଫିଲ୍ମରେ ଗୋଟିଏ ଭାଇକୁ ମାଡ଼ ହେଲେ ଅନ୍ୟ ଭାଇକୁ କଷ୍ଟ ହୋଇଥାଏ । ହିନ୍ଦୀ ଫିଲ୍ମ ଜୁଡ଼ୱାରେ ଏହାର ଝଲକ ମଧ୍ୟ ଦେଖି ସାରିଥିବେ । ମାତ୍ର ଏହାର ସତ୍ୟତା ଦେଖିବାକୁ ମିଳିଛି ବିହାରର ଦରଭଙ୍ଗା ଜିଲ୍ଲାର ରାମପୁର ଗ୍ରାମରେ । ଠିକ୍ ଫିଲ୍ମ ଭଳି ଚରିତ୍ର । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ଦୈନିକ ଜାଗରଣ ।

ଏହି ସତ୍ୟ ଘଟଣାର ଦୁଇ ଚରିତ୍ର ହେଲେ ଲବ ଓ କୁଶ । ଦୁଇ ଜଣଙ୍କ ବୟସ ମଧ୍ୟ ସମାନ । ଦେଖିବାକୁ ଅବିକଳ ଏକାପରି । ମାତ୍ର କିଛି ଘଟଣା ଏମାନଙ୍କୁ ଟାଣିଆଣିଛି ଚର୍ଚ୍ଚାର ପରିସରକୁ । ଲବକୁ ଜ୍ୱର ହେଲେ କୁଶ ବାଦ୍ ପଡ଼ୁନି ଜ୍ୱରରୁ। ଜଣଙ୍କର ହାଡ଼ ଭାଙ୍ଗି ଯାଇଥିଲେ ଅନ୍ୟ ଜଣଙ୍କର ମଧ୍ୟ ସମାନ ଅବସ୍ଥା ଯାହା ବିଚଳିତ କରିଛି ପରିବାର ଲୋକଙ୍କୁ।

ଏମାନଙ୍କ ମା’ ରୁନମ ଝାଙ୍କ କହିବାନୁଯାୟୀ ଏଭଳି ସମାନ ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ଲବ ଓ କୁଶଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ମଧ୍ୟ ଏହି ବିରଳ ଘଟଣା ଦେଖି ଆଶ୍ଚଯ୍ୟ ହୋଇଯାଇଥିଲେ। ଏହା ପଛର ରହସ୍ୟ ଜାଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରିବାର ଲୋକ ଲବ, କୁଶଙ୍କ ପାଇଁ ବେଶ୍ ଚିନ୍ତତ । ତେଣୁ ଡ଼ାକ୍ତରଙ୍କ ପାଖରୁ ଆରମ୍ଭ କରି ବିଭିନ୍ନ ମନ୍ଦିର ବୁଲିଥିଲେ ଏ ଯାଏଁ କୈାଣସି ସୁଫଳ ମିଳିପାରିନାହିଁ।

ଏହା ସହ ଅବୈଧ ସମ୍ପର୍କର ଇଲାକା : ଯେଉଁଠି ବାପା ହୁଏ ଝିଅର ସ୍ୱାମୀ