ମା’ ହେବାକୁ ଚାହାଁନ୍ତି କରଣ ଜୋହର୍ ! ଅଟୋବାୟୋଗ୍ରାଫି ଜରିଆରେ କଲେ ଚାଂଚଲ୍ୟକର ଖୁଲାସା

59

ବଲିଉଡର ଲୋକପ୍ରିୟ ନିର୍ଦେଶକ କରଣ ଜୋହର୍ ଏମିତି ଜଣେ ବ୍ୟକ୍ତିତ୍ୱ ଯିଏ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ତଳେ ସବୁଠାରୁ ପ୍ରିୟ ସାଙ୍ଗ କାଜୋଲଙ୍କ ପାଇଁ ବିଭିନ୍ନ ଗଣମାଧ୍ୟମର ହେଡଲାଇନ୍ ପାଲଟିଥିଲେ କରଣ । ଆଉ ଏବେ ନିଜର ଅଟୋବାୟୋଗ୍ରାଫିକୁ ନେଇ ଚର୍ଚ୍ଚାରେ ।

କାରଣ କରଣ ଏହି ବହିରେ ଲେଖିଛନ୍ତି ସେ ବିବାହ କରନ୍ତୁ ବା ନକରନ୍ତୁ , କିନ୍ତୁ ଗୋଟିଏ ପିଲାର ମା’ ହେବାକୁ ତାଙ୍କର ଇଚ୍ଛା । କାରଣ ତାଙ୍କ ଭିତରେ ଜଣେ ଭଲ ମା’ ହେବାର ସମସ୍ତ ଗୁଣ ରହିଛି । ଏବଂ ସେ ପିଲାମାନଙ୍କର ଭଲ ଭାବରେ ଦେଖାଶୁଣା କରିପାରିବେ । ଜଣେ ଭଲ ମା’ର ଭୂମିକା ଓ ଦାୟିତ୍ୱ ବହୁତ ଭଲ ଭାବରେ ତୁଲାଇ ପାରିବେ ବୋଲି ତାଙ୍କର ବିଶ୍ୱାସ ରହିଛି ।

ଏହା ବ୍ୟତୀତ କରଣ ଏହି ବହିରେ ନିଜ ସେକ୍ସ ଲାଇଫ ନେଇ ଅନେକ ଖୁଲାସା ମଧ୍ୟ କରିଛନ୍ତି । ସେକ୍ସ ଲାଇଫକୁ ନେଇ ଅନେକ ଥର ଲଜ୍ଜିତ ହୋଇଥିବାର ଉଲ୍ଲେଖ କରିଛନ୍ତି ଏଥିରେ ।