ଦବଙ୍ଗ ଖାନଙ୍କ ଅନୁମତି ଚାହୁଁଛନ୍ତି କଙ୍ଗନା ରାନାୱତ ! ଜାଣନ୍ତୁ କାହିଁକି, କ’ଣ ରହିଛି କାରଣ

29

ଅଭିନେତ୍ରୀ କଙ୍ଗନା ରାନାୱତ ବଲିଉଡର ଜଣେ ବୋଲ୍ଡ ଅଭିନେତ୍ରୀ ଭାବେ ପରିଚିତ । କଙ୍ଗନାଙ୍କ ସ୍ୱଭାବ କିପରି ତାହା ଆପଣମାନେ ଖୁବ ଭଲ ଭାବେ ଜାଣିଥିବେ । ବଲିଉଫରେ ତାଙ୍କର କେହି ବନ୍ଧୁ ନାହାନ୍ତି । ତାଙ୍କର ନିର୍ଭିକ ବୟାନବାଜି ଯୋଗୁଁ ସବୁବେଳେ ସେ ଚର୍ଚ୍ଚାରେ ଥାଆନ୍ତି । ସିଧାସଳଖ ଭାବେ ଅନ୍ୟମାନଙ୍କୁ ଆପେକ୍ଷ କରିବା ସ୍ୱଭାବ ନେଇ କଙ୍ଗନା ବଲିଉଡରେ ଖୁବ କମ୍ ବନ୍ଧୁ ଅଛନ୍ତି । ତେବେ କାହାରିକୁ ଗୁରୁତ୍ୱ ଦେଉନଥିବା କଙ୍ଗନା କିନ୍ତୁ ଏବେ ଦବଙ୍ଗ ଷ୍ଟାର ସଲମାନଙ୍କ ଅନୁମତି ପାଇବା ପାଇଁ ଅପେକ୍ଷା କରିଛନ୍ତି । ଆପଣମାନେ ଅଧିକ ଦ୍ୱନ୍ଦରେ ପଡିବା ଆଗରୁ କହିରଖୁଛୁ କି, ସିନେମା ‘ମଣିକର୍ଣ୍ଣିକା’ର ସୁଟିଂ ଶେଷ ନକରୁଣୁ କଙ୍ଗନା ତାଙ୍କର ଆଗାମୀ ସିନେମା ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଲାଗିପଡିଲେଣି । ଆଉ ସେହ ସିନେମାର ପ୍ରଯୋଜକ ଦାୟିତ୍ୱରେ ରହିବେ ଶୈଳେଶ ଆର ସିଂ ।

ଏହାର କାହାଣୀ ଅନୁଯାୟୀ ଟାଇଟଲ ‘ମେଂଟାଲ’ ରଖିବା ପାଇଁ ସ୍ଥିର କରିଥିଲେ ଉଭୟ ପ୍ରଯୋଜକ ଓ କଙ୍ଗନା । ଆଉ ସବୁ ସମସ୍ୟା ସୃଷ୍ଟି ହୋଇଥିଲା ସେଇଠୁ । କାରଣ ସମାନ ଟାଇଟଲ ପାଇଁ ନିଜ ଅଭିନୀତ ଏକ ସିନେମା ଲାଗି ସଲମାନ ରେଜିଷ୍ଟ୍ରର କରିଥିଲେ । ଅବଶ୍ୟ ପରେ ସିନେମାଟି ଟ୍ୟୁବଲାଇଟ ନାମରେ ରିଲିଜ ହୋଇଥିଲା । କିନ୍ତୁ ରେଜିଷ୍ଟ୍ରର ହୋଇଥିବାରୁ, ଏହି ଟାଇଟଲ ରଖିବା ପାଇଁ ସଲମାନଙ୍କ ଅନୁମତି ଆବଶ୍ୟକ । ଯଦି ସେ ରାଜି ହୋଇଯାଆନ୍ତି, ତେବେ ଶୈଳେଶଙ୍କ ପ୍ରଯୋଜିତ ଏହି ସିନେମାର ସମାନ ଟାଇଟଲ ରହି ପାରିବ । ସେଥିପାଇଁ ସଲମାନଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ମାତା ।

ତେବେ କଙ୍ଗନା ସଲୁଙ୍କ ଠାରୁ ଅନୁମତି ପାଉଛନ୍ତି କି ନାହିଁ ଆଗକୁ ଜାଣିବା । କାରଣ ଏହାପୂର୍ବରୁ ସେ ସଲମାନଙ୍କ ଅଭିନୀତ ସୁଲତାନ ସିନେମାର ଅଫରକୁ ମନା କରିଦେଇଥିଲେ, ତାହା ପୁଣି ତାଙ୍କ ଭୂମିକାରେ କୌଣସି ଜୋର ନଥିବା ଦର୍ଶାଇ । ଏସବୁ ପରେ ସଲମାନ ତାଙ୍କୁ ଅନୁମତି ଦେବା କି ନଦେବା ଚର୍ଚ୍ଚାର ବିଷୟ ହୋଇଛି । ମାତ୍ର ଏହି ଖବରରେ କେତେ ସତ୍ୟତା ରହିଛି ତାହା ଉଭୟ ତାରକାଙ୍କ ନିକଟକୁ କିମ୍ବା ଶୈଳେଶଙ୍କ ଠାରୁ ଶୁଣିବା ପରେ ଜଣା ପଡିବ ।