ଆଇପିଏଲ: ହଜାର ହଜାର କୋଟିର ଖେଳ । ୪୪ ହଜାର କୋଟିରେ ୫ ବର୍ଷ ପାଇଁ ପ୍ରସାରଣ ଅଧିକାର କିଣିଲେ ଟିଭି ଓ ଡିଜିଟାଲ୍ ପ୍ଲାଟଫର୍ମ 

245

କନକ ବ୍ୟୁରୋ: ବିଶ୍ୱର ଲୋକପ୍ରିୟ କିକ୍ରେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍ ଆଇପିଏଲ ପ୍ରସାରଣ ପାଇଁ ନିଲାମ ପ୍ରକ୍ରିୟା ଚାଲିଛି । ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଆଇପିଏଲର ପ୍ରସାରଣ ପାଇଁ ଦୁଇଟି ପ୍ରସାରଣକାରୀ ସଂସ୍ଥାକୁ ୪୪ ହଜାର ୭୫ କୋଟିରେ ଅଧିକାର ପ୍ରଦାନ କରାଯାଇଛି । ୫ ବର୍ଷର ଏହି ସମୟ ମଧ୍ୟରେ ଟୁର୍ଣ୍ଣାମେଣ୍ଟରେ ମୋଟ ୪୧୦ଟି ମ୍ୟାଚ ଖେଳାଯିବ । ଟିଭିରେ ପ୍ରସାରଣ ପାଇଁ ୨୩ ହଜାର ୫୭୫ କୋଟି ଟଙ୍କାରେ ଡିଲ ହୋଇଥିବା ବେଳେ ଡିଜିଟାଲ ପ୍ରସାରଣ ପାଇଁ ୨୦ ହଜାର ୫୦୦ କୋଟି ଟଙ୍କାରେ ଡିଲ ହୋଇଛି । ଏହାକୁ ଆଳକନ କଲେ ଆଇପିଏଲର ମ୍ୟାଚ ପିଛା ପ୍ରସାରଣ ପାଇଁ ୧୦୭କୋଟ ୫୦ ଲକ୍ଷ ଟଙ୍କାର ଚୁକ୍ତି କରାଯାଇଛି ।  ଟିଭି ପାଇଁ ମ୍ୟାଚ ପିଛା ୫୭ କୋଟି ରହିଥିବା ବେଳେ ଟିଜିଟାଲ ପାଇଁ ମ୍ୟାଚ ପିଛା ୫୦ କୋଟି ରହିଛି । ଦେଖିବାକୁ ଗତ ୫ ବର୍ଷ ତୁଳନାରେ ଆଗାମୀ ୫ ବର୍ଷ ପାଇଁ ମ୍ୟାଚ ପିଛା ପ୍ରସାରଣ ଦେୟ ୫୦ କୋଟି ରୁ ଅଧିକ ଟଙ୍କା ବୃଦ୍ଧି ପାଇଛି ।

ଆଇପିଏଲରେ ପ୍ୟାକେଜ୍ ଏ ରେ ଟିଭି ପ୍ରସାରଣ ଏବଂ ବି ରେ ଡିଜିଟାଲ ପ୍ରସାରଣ ପାଇଁ ଚୁକ୍ତି ହୋଇଛି । ସେହିପରି ପ୍ୟାକେଜ ସି ପାଇଁ ନିଲାମ ପ୍ରକିୟା ଜାରି ରହିଛି । ପ୍ୟାକେଜ ସି-ରେ ମୋଟ ୧୮ଟି ମ୍ୟାଚ ପ୍ରସାରଣ ପାଇଁ ନିଲାମ ରହିଛି । ଯେଉଁଥିରେ ଆଇପିଏଲର ପ୍ରାରମ୍ଭିକ ମ୍ୟାଚ, ଶେଷ ତିନୋଟି ପ୍ଲେ ଅଫ୍ ଏବଂ ସପ୍ତାହିକ ଛୁଟି ସମୟର ମ୍ୟାଚ ରହିଛି । ତେବେ କିଏ କେଉଁ ସଂସ୍ଥା ପ୍ରସାରଣ ପାଇଁ ଚୁକ୍ତି କରିଛି ସେମ୍ପର୍କରେ ସୂଚନା ମିଳିପାରି ନାହିଁ । ଆଉ  କିଛି ସମୟ ପରେ ଏସମ୍ପର୍କରେ ସ୍ପଷ୍ଟ ସୂଚନା ମିିଳିପାରିବ । ଏ, ବି, ସି, ଡି ମୋଟ୍ ୪ ଟି ପ୍ୟାକେଜରେ ଏହି ଚୁକ୍ତି କରାଯିବ । କହିରଖୁଛୁ, ଏହା ପର୍ବରୁ ୨୦୧୭-୨୦୨୨ ମଧ୍ୟରେ ହୋଇଥିବା ଆଇପିଏଲର ପ୍ରସାରଣ ପାଇଁ ୧୬ ହଜାର ୩୪୭ କୋଟିଷର ଚୁକ୍ତି ହୋଇଥିଲା । ଯାହା ମ୍ୟାଚ ପିଛା ପ୍ରସାରଣ ଦେୟ ୫୫ କୋଟି ଟଙ୍କା ଥିଲା । ଏଥର ମ୍ୟାଚ ପିଛା ଦେୟ ୪୫ କୋଟି ଟଙ୍କା ବଢିଛି । ସେହିପରି ୨୦୦୮ରୁ ୨୦୧୨ ପାଇଁ ପ୍ରସାରଣ ଖର୍ଚ୍ଚ ୮ ହଜାର ୨୦୦ କୋଟି ଥିଲା । ଆସନ୍ତୁ ନଜର ପକାଇବା ପୁରା ତଥ୍ୟ ଉପରେ..

କେମିତି ପ୍ରସାରଣ ହେବ ଆଇପିଏଲ ?

– ଆଇପିଏଲର ଗୋଟିଏ ମ୍ୟାଚ୍ର ଟିଭିରେ ପ୍ରସାରଣ ପାଇଁ ସଂପୃକ୍ତ ସଂସ୍ଥା ୫୭ କୋଟି ୫୦ ଲକ୍ଷ ଟଙ୍କା ଦେବ

– ସେହିପରି ଡିଜିଟାଲ ମିଡିଆରେ ପ୍ରସାରଣ ପାଇଁ ୫୦ କୋଟି ଟଙ୍କା ବିସିସିଆଇକୁ ଦେବାକୁ ପଡିବ

– ଟିଭି ପ୍ରସାରଣ ପାଇଁ ବେସ ପ୍ରାଇସ ୪୯ କୋଟି ଓ ଡିଜିଟାଲ ପ୍ରସାରଣର ବେସ ପ୍ରାଇସ ୩୩ କୋଟି ଥିଲା

– ଉଭୟ ଟିଭି ଓ ଡିଜିଟାଲ ପ୍ରସାରଣ ପାଇଁ ପ୍ରତି ମ୍ୟାଚ୍ ପିଛା ୧୦୭ କୋଟି ୫୦ ଲକ୍ଷ ଦେବାକୁ ପଡିବ

-ଗତ ୫ ବର୍ଷ ତୁଳନାରେ ଆଗାମୀ ୫ ବର୍ଷ ପାଇଁ ମ୍ୟାଚ ପିଛା ଦେୟ ପାୟ ଦୁଇ ଗୁଣଶ ବଢିଛି ।

-ଆଇପିଏଲରେ ପ୍ୟାକେଜ୍ ‘ଏ’ ରେ ଟିଭି ପ୍ରସାରଣ ଏବଂ ‘ବି’ ରେ ଡିଜିଟାଲ ପ୍ରସାରଣ ପାଇଁ ଚୁକ୍ତି ହୋଇଛି ।

– ପ୍ୟାକେଜ ସି ପାଇଁ ନିଲାମ ପ୍ରକିୟା ଜାରି ରହିଛି, ଏଥିରେ ମୋଟ ୧୮ଟି ମ୍ୟାଚ ପ୍ରସାରଣ ପାଇଁ ଚୁକ୍ତି ହେବ ।

-ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିବା ସଂସ୍ଥାଗୁଡିକ ହେଉଛି ୟୁଟ୍ୟୁବ୍, ଆମାଜନ, ଷ୍ଟାର ସ୍ପୋର୍ଷ୍ଟ, ଜି ନେଟୱାକ୍,ସୋନି ପିକ୍ଚର୍ସର୍,

– ପ୍ୟାକେଜ୍ ସିରେ ପ୍ରାରମ୍ଭିକ ମ୍ୟାଚ, ଶେଷ ତିନୋଟି ପ୍ଲେ ଅଫ୍ ଏବଂ ସପ୍ତାହିକ ଛୁଟି ସମୟର ମ୍ୟାଚ ରହିଛି ।

-ପ୍ୟାକେଜ୍ ସିର ନିଲାମ ମ୍ୟାଚ ପିଛା ୧୭ କୋଟିରୁ ଅଧିକ ଟଙ୍କାରେ ଚୁକ୍ତି ହେବାର ସମ୍ଭାବନା ରହିଛି ।

-ପ୍ୟାକେଜ୍ ‘ଡି’ ଭାରତୀୟ ଉପମହାଦେଶକୁ ଛାଡି ବିଶ୍ୱର ଅନ୍ୟାନ୍ୟ ଦେଶରେ ପ୍ରସାରଣର ଅନୁମତି ଦିଆଯିବ ।

-ପ୍ୟାକେଜ୍ ‘ଡି’ ବେସ୍ ପ୍ରାଇସ୍ ପାଇଁ ମ୍ୟାଚ ପିଛା ୩ କୋଟି ଟଙ୍କା ରହିଛି ।

– ୨୦୧୭ରେ ଷ୍ଟାର ଇଣ୍ଡିଆ ୧୬ ହଜାର ୩୪୭ କୋଟି ୫୦ ଲକ୍ଷରେ ଉଭୟ ପ୍ରସାରଣ ଅଧିକାର ପାଇଥିଲା

– ୨୦୦୮ରେ ସୋନି ପିକ୍ଚର୍ସ ଏହି ଅଧିକାର ୧୦ ବର୍ଷ ପାଇଁ ପାଇଥିବା ବେଳେ ୮ ହଜାର ୨ଶହ କୋଟି ଦେଇଥିଲା