ନକଲି ଚାକିରୀ ରାକେଟର ପର୍ଦ୍ଦାଫାଶ, ୪୫ଭାରତୀୟ ମିଆଁମାରରୁ ଉଦ୍ଧାର।

87

କନକ ବ୍ୟୁରୋ:  ମିଆଁମାରରେ ନକଲି ଚାକିରୀ ରାକେଟରେ ଫସିଥିବା ୪୫ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଭାରତର ବୈଦେଶିକ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛି । ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ ଏନେଇ ସୂଚନା ଦେଇ କହିଛନ୍ତି, ୩୨ ଭାରତୀୟଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା । ବୁଧବାର ଅନ୍ୟ ୧୩ ଜଣଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଉଦ୍ଧାର ସମସ୍ତ ୧୩ ଜଣ ବର୍ତ୍ତମାନ ତାମିଲନାଡୁରେ ପହଞ୍ଚିସାରିଛନ୍ତି । ଗତ ମାସରୁ ହିଁ ମିଆଁମାର ଏବଂ ଥାଇଲାଣ୍ଡରେ ଭାରତୀୟ ମିଶନର ମିଳିତ ଉଦ୍ୟମରେ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ବାଗଚୀ ଏନେଇ ଟ୍ୱିଟ କରି ଫଟୋ ଜାରିକରି ସୂଚନା ଦେଇଛନ୍ତି ।