‘ଆଦିପୁରୁଷ’ରେ ରାବଣ ରୂପକୁ ନେଇ ବିବାଦ। ବିବାଦ ପରେ ଚେତାବନୀ ଦେଲା ହିନ୍ଦୁ ମହାସଭା।

172

କନକ ବ୍ୟୁରୋ: ରାବଣଙ୍କ ନୂଆ ରୂପକୁ ନେଇ ବିବାଦ । ବଲିଉଡ୍ ଫିଲ୍ମ ‘ଆଦିପୁରୁଷ’ରେ ଦେଖିବାକୁ ମିଳିଛି ଏହି ନୂଆ ରୂପ । ବଲିଉଡର ଆଗାମୀ ଫିଲ୍ମ ଆଦିପୁରୁଷକୁ ନେଇ ଦେଖାଦେଇଛି ବଡ଼ ବିବାଦ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ରାବଣ ଚରିତ୍ର ଓ ଦୃଶ୍ୟକୁ ଯେଉଁଭଳି ଭାବେ ଚିତ୍ରଣ କରାଯାଇଛି ତାକୁ ନେଇ ଆରମ୍ଭ ହୋଇଛି ବିରୋଧ ଓ ସମାଲୋଚନା । ରାବଣ ଭୂମିକାରେ ନଜର ଆସିଛନ୍ତି ଅଭିନେତା ସୈଫ ଅଲି ଖାନ । ରାବଣଙ୍କ ବେଶଭୁଷା ଠାରୁ ଆରମ୍ଭ କରି ତାଙ୍କର ପୁଷ୍କକ ବିମାନକୁ ନେଇ ବି ବିରୋଧ କରାଯାଇଛି ।

ରାବଣ ଚରିତ୍ରକୁ ଏହି ରୂପରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏପରିକି ଆଦିପୁରୁଷ ଫିଲ୍ମରେ ନଜର ଆସିଥିବା ରାବଣ ଅଧିକ ଅଲାଉଦ୍ଦିନ ଖିଲିଜୀଙ୍କ ଭଳି ନଜର ଆସିଥିବା ଅଭିଯୋଗ ହୋଇଛି । ଏହାସହ ଲଙ୍କାକୁ ସ୍ୱର୍ଣ୍ଣର ନଗରୀ କୁହାଯାଉଥିବା ବେଳେ ଏହି ଫିଲ୍ମରେ ଲଙ୍କାକୁ ଅନ୍ଧାର ଓ ଭୟଙ୍କର ନଗରୀ ଭାବେ ଦର୍ଶାଯାଇଛି । ଯାହାକୁ ନେଇ ତେଜୁଛି ବିବାଦ । ବିବାଦ ତେଜିବା ସହ ଫିଲ୍ମର ନିର୍ଦ୍ଦେଶକ ଓମ ରାଉତଙ୍କୁ ମଧ୍ୟ କଡ଼ା ଚେତାବନୀ ଦେଇଛି ହିନ୍ଦୁ ମହାସଭା ସହ ବିଭିନ୍ନ ହିନ୍ଦୁ ହିନ୍ଦୁ ସଂଗଠନ ।

ଆଦିପୁରୁଷ ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରିଛନ୍ତି ସୈଫ ଅଲି ଖାନ । ଆଉ ରାବଣ ଚରିତ୍ରକୁ ନେଇ ହିଁ ଉଠିଛି ବିବାଦର ଧୁଆଁ । ଫିଲ୍ମରେ ରାବଣ ଚରିତ୍ରକୁ ଦିଆଯାଇଥିବା ସାଜସଜ୍ଜାକୁ ନାପସନ୍ଦ କରାଯାଇଛି । ରାବଣ ଚରିତ୍ରକୁ ଭୁଲ ଢଙ୍ଗରେ ଚିତ୍ରଣ କରାଯାଇଥିବା ନେଇ ଉଠିଛି ବିବାଦ ।