ରେଳଯାତ୍ରା ସମୟରେ ଦେହ ଖରାପ ହେଲେ . . . ଚିନ୍ତା ନାହିଁ, ଭାରତୀୟ ରେଳବାଇ ଯୋଗାଇବ ମେଡ଼ିକାଲ ସେବା

54

ଭାରତରେ ଅନେକ ଲୋକ ଯିବାଆସିବା ପାଇଁ ଟ୍ରେନ ଉପରେ ନିର୍ଭର କରନ୍ତି । କାରଣ ରେଳଯାତ୍ରା ସମୟ ସାପେକ୍ଷ ହେବା ସହ ଏଥିରେ ଅଳ୍ପ ଟଙ୍କାରେ ଯାତ୍ରା କରିବା ସହଜ ହୋଇଥାଏ । ତେବେ ଯାତ୍ରା ସମୟରେ ଅନେକ ଥର ଦେହ ଖରାପ ହୋଇଯାଏ ଆଉ ଲୋକେ ବହୁତ ଅସୁବିଧା ଭୋଗନ୍ତି । ତେବେ ଆଗକୁ ଯାତ୍ରୀ ଆଉ ଏପରି ଅସୁବିଧା ଭୋଗିବେ ନାହିଁ । ଭାରତୀୟ ରେଳବାଇ ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏପରି ଅସୁବିଧା ହେଲେ ସାହାଯ୍ୟ କରିବ ଭାରତୀୟ ରେଳବାଇ । ଭାରତୀୟ ରେଳବାଇ ଏଥିପାଇଁ ସମସ୍ତ ପ୍ରସ୍ତୁତି କରିସାରିଛି । ଅନେକ ଷ୍ଟେସନରେ ଏନେଇ କାମ ମଧ୍ୟ ଚାଲିଛି । ରେଳବାଇ ସମସ୍ତ ଟ୍ରେନରେ ଓ ଷ୍ଟେସନରେ ଏବେ ଜୀବନରକ୍ଷକ ଉପକରଣ, ଔଷଧ ଓ ଇଞ୍ଜେକସନ ଉପଲବ୍ଧ କରାଇବା ପାଇଁ ଯୋଜନା କରୁଛି ।

image courtesy -odishatv.in

ମିଡ଼ିଆ ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟ ଡାକ୍ତରଙ୍କ ଏକ ସମିତି ଗଠନ କରିଛି । ଏହି ସମିତି ଟ୍ରେନରେ ଯାତ୍ରୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ଦରକାର ହେଉଥିବା ଉପକରଣ ବିଷୟରେ ତାଲିକା ଦେବ । ସମିତିର ରିପୋର୍ଟ ଅନୁସାରେ ଉପକରଣର ତାଲିକା ନେଇ ଚିକିତ୍ସା ଉପଲବ୍ଧ କରାଇବ ରେଳବାଇ । ଯାତ୍ରୀଙ୍କୁ ସୁବିଧା ଦୃଷ୍ଟରୁ ଏହି ସୁବିଧା ଆରମ୍ଭ ହୋଇଯାଇଛି । ସୂଚନାଯୋଗ୍ୟ ଜୟପୁର-କୋଟା ଟ୍ରେନରେ ହୃଦଘାତ ହେବା ଦ୍ୱାରା ଜଣେ ଅଧିକାରୀଙ୍କୁ ମୃତ୍ୟୁ ହୋଇଯାଇଥିଲ । ଏ ବିଷୟରେ ଖବରଗକାଗଜରେ ଅନେକ ଖବର ଛପିଥିଲା । ଭାରତୀୟ ରେଳବାଇ ଏହି ଚିକିତ୍ସା ଉପକରଣରେ ଡେଲିଭରି କିଟ୍ , ଅକ୍ସିଜେନ୍ ସିଲିଣ୍ଡର, ସିଂରିଞ୍ଜ, ଟାବଲେଟ୍ ସମସ୍ତ ପ୍ରକାର ପଟି ଓ ଆଦି ଯୋଗାଇ ଦେବ ।