ମହାତ୍ମା ଗାନ୍ଧୀଙ୍କୁ ନେଇ କଡା ଟିପ୍ପଣୀ ରଖିଲେ ବାରାକ ଓବାମା : ‘ଏ ପ୍ରମିସ୍ଡ଼ ଲ୍ୟାଣ୍ଡ’ ଲେଖିଲେ, ଧର୍ମ ଆଧାରରେ ଦେଶ ବିଭାଜନକୁ ରୋକିବାରେ ବିଫଳ ହୋଇଥିଲେ ଗାନ୍ଧୀ

532

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରକ ଓବାମାଙ୍କ ଆତ୍ମକଥା ‘ଏ ପ୍ରମିସ୍ଡ଼ ଲ୍ୟାଣ୍ଡ’ ଯେତେଯେତେ ପଢ଼ା ଯାଉଛି, ସେତେସେତେ ନୂଆ କଥା ସାମ୍ନାକୁ ଆସୁଛି । ଓବାମା ତାଙ୍କ ବହିରେ ଲେଖିଛନ୍ତି ଭାରତ ପାଇଁ ତାଙ୍କ ସ୍ୱତନ୍ତ୍ର ଆକର୍ଷଣ ପଛରେ ଗାନ୍ଧୀଜି ରହିଥିଲେ । ମାହାତ୍ମା ଗାନ୍ଧୀଙ୍କ ଜୀବନୀ ଓ କାର୍ଯ୍ୟାଧାରା ତାଙ୍କୁ ଗଭୀରଭାବେ ପ୍ରଭାବିତ କରିଥିଲା । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଗାନ୍ଧୀଜୀଙ୍କ ଅହିଂସା ଆନ୍ଦୋଳନକୁ ଓବାମା ପ୍ରଶଂସା କରିଥିଲେ ମଧ୍ୟ ବାପୁଜୀଙ୍କ ବାବଦରେ କଡ଼ା ଟିପ୍ପଣୀ ବି କରିଛନ୍ତି ।

ଓବାମା ତାଙ୍କ ବହିରେ ଲେଖିଛନ୍ତି- ଧର୍ମ ଆଧାରରେ ଦେଶର ବିଭାଜନକୁ ରୋକିବା ପାଇଁ ମାହାତ୍ମା ଗାନ୍ଧୀ ବିଫଳ ହୋଇଥିଲେ । ଏହି କଥାଟି ଅଗଣିତ ଗାନ୍ଧୀ ପ୍ରେମୀଙ୍କୁ ଆଘାତ ଦେଇଛି । ପୂର୍ବରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ମନମୋହନ ସିଂହଙ୍କ ବାବଦରେ ବେଶ ନକରାତ୍ମକ ଟିପଣୀ କରିଛନ୍ତି ଓବାମା । ବିଶେଷକରି ରାହୁଲ ଗାନ୍ଧୀଙ୍କୁ ଛାନିଆ ଓ ଅପରିପକ୍ୱ ରାଜନେତା ଭାବେ ବର୍ଣ୍ଣନା କରିଥିଲେ ଓବାମା । ଏହାକୁ ନେଇ ପ୍ରତିକ୍ରିୟା କେବଳ ରାଜନୈତିକ ପରିଧି ଭିତରେ ସୀମିତ ଥିଲା । କିନ୍ତୁ ମାହାତ୍ମା ଗାନ୍ଧୀଙ୍କ ବାବଦରେ ଏଭଳି ଏକ କଡ଼ା ଟପିଣୀ ଦେଇ ବିବାଦୀୟ ହୋଇପଡ଼ିଛନ୍ତି ବାରାକ ଓବାମା ।