ନୂତନ କୃଷି ଆଇନକୁ ଆଇଏମ୍ଏଫ୍ ର ପ୍ରଶଂସା । ଆଇଏମ୍ଏଫ୍ କହିଲା ଏହି ଆଇନ କୃଷକ ମାନଙ୍କର ଅର୍ଥିକ ସୁଧାର ପାଇଁ ନିଭାଇବ ମହତ୍ୱପୂର୍ଣ୍ଣ ଭୂମିକା

225

କନକ ବ୍ୟୁରୋ : ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ବା ଆଇଏମଏଫ ନୂତନ କୃଷି କାନୁନକୁ ପ୍ରଶଂସା କରିଛନ୍ତି । ଆଇଏମ୍ଏଫ୍ ତରଫରୁ କୁହାଯାଇଛି କି ଏହି କାନୁନ୍ କୃଷି କ୍ଷେତ୍ରର ସୂଧାର ପାଇଁ ସରକାରଙ୍କ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଆଇଏମଏଫର ପ୍ରବକ୍ତା ଗୌରୀ ରାଇସ ଏଭଳି ମନ୍ତବ୍ୟ ଦେବା ସହ ଆହୁରି କହିଛନ୍ତି କି ଏହି ଆଇନ ଦ୍ୱାରା ଯେଉଁ କୃଷକ ମାନଙ୍କର କ୍ଷତି ହେବ ସେମାନଙ୍କୁ ସରକାର ସାମାଜିକ ସୁରକ୍ଷା ଯୋଗାଇ ଦେବାର ଆବଶ୍ୟକତା ରହିଛି ।

କହିରଖୁ କି ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗୌରୀ ରାଇସଙ୍କୁ ପ୍ରଶ୍ନ ପଚରା ଯାଇଥିଲା । ତାହାର ଉତ୍ତର ଦେଇ ସେ କହିଥିଲେ କି ଭାରତର କୃଷି କ୍ଷେତ୍ରରେ ସୁଧାର ପାଇଁ ଭାରତ ସରକାର ଆଣିଥିବା କାନୁନ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇବ । ଏହି ଆଇନ ବଳରେ କୃଷକ ମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି ବେଳେ ବ୍ୟବସାୟୀ ମାନଙ୍କ ସହ ମୂଲଚାଲ କରିପାରିବେ  । ଏହି ଆଇନ ବଳରେ ବ୍ୟବସାୟୀଙ୍କ ମନମୁଖୀ କାରବାର ଉପରେ ବି ରୋକ୍ ଲାଗିପାରିବ । ଏହାସହ ବ୍ୟବସାୟୀ ଓ କୃଷକଙ୍କ ମଧ୍ୟରେ ଏନେଇ କିଛି ବିବାଦ ହେଲେ କୃଷକଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ସରକାରଙ୍କ ଦାୟିତ୍ୱ ହେବା ଦରକାର ।

ଅନ୍ୟପଟେ ଆଜି ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ନବମ ଥର ପାଇଁ ବୈଠକ ବସିଛି । ହେଲେ ବୈଠକ ପୂର୍ବରୁ କିଛି କୃଷକ ନେତା କହିଛନ୍ତି କି ଏହି ଆଲୋଚନାରୁ କିଛି ନିଷ୍କର୍ସ ବାହାରିବ ତାହା ଆଶା କରାଯାଉ ନାହିଁ । କାରଣ ଆଇନ ପ୍ରତ୍ୟାହାର ବ୍ୟତିିତ ଆମେ ଅନ୍ୟ କିଛି ପ୍ରସ୍ତାବରେ ରାଜି ହେବୁ ନାହିଁ ବୋଲି କୃଷକ ନେତା ମାନେ ମତ ଦେଇଛନ୍ତି ।
ସେପଟେ କୃଷକ ଆନ୍ଦୋଳନ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିର ବୈଠକ ୧୯ ତାରିଖରେ ହେବ ବୋଲି ସୂଚନା ମିଳିଛି । ଫଳରେ ସରକାର ଓ କୃଷକ ମାନଙ୍କ ମଧ୍ୟରେ ବସିଥିବା ଆଜିର ବୈଠକ ଶେଷ ବୈଠକ ବୋଲି ଅନୁମାନ କରାଯାଉଛି ।