ରାଜ୍ୟର ସଫଳ ଉଦ୍ୟୋଗୀଙ୍କୁ ପ୍ରଦାନ କରାଗଲା ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ-୨୦୨୧ : ଧର୍ମେନ୍ଦ୍ରଙ୍କ ଉଦବୋଧନ, ଜଗନ୍ନାଥ ହିଁ ଓଡିଶାର ବଡ ବ୍ରାଣ୍ଡ

90

କନକ ବ୍ୟୁରୋ : ସମ୍ବାଦର ଏକ୍ସିଲେନ୍ସ ଆୱାର୍ଡ଼-୨୦୨୧ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି ଓଡ଼ିଆଙ୍କ ପାଇଁ ପ୍ରଭୁ ଜଗନ୍ନାଥ ସବୁଠୁ ବଡ ବ୍ରାଣ୍ଡ । ଓଡ଼ିଆ ଲୋକମାନେ କୁଶଳୀ, ବୁଦ୍ଧୀଜୀବୀ ଓ ସଚ୍ଚୋଟ । ଓଡ଼ିଶାର ପୁଷ୍ଟିକର ଖାଦ୍ୟ ସମସ୍ୟାର ସମାଧାନ ଜରୁରୀ । ଏହି ସମସ୍ୟା ଆମ ସମସ୍ତଙ୍କୁ ସମାଧାନ କରିବାକୁ ପଡ଼ିବ । ରାଜ୍ୟର ୫୦ ପ୍ରତିଶତ ଶିଶୁ ପୁଷ୍ଟିକର ଖାଦ୍ୟରୁ ବଂଚିତ ଅଛନ୍ତି । ଆଗାମୀ ୧୫ ବର୍ଷ ଭିତରେ ଶିଶୁଙ୍କ ସମସ୍ୟା ସମାଧାନ ଜରୁରୀ । ସେହିପରି ପେଟ୍ରୋକେମିକାଲକୁ ନେଇ ଓଡ଼ିଶାରେ ନୂଆ ସମ୍ଭାବନା ରହିଛି । ପୁରୀ, କୋଣାର୍କ, ଲିଙ୍ଗରାଜ ମନ୍ଦିର ସମାଜରେ ସଂଶୋଧନ ଯୋଗୁଁ ସମ୍ଭବ । ବ୍ୟବସ୍ଥା ସହଯୋଗୀ ହେଲେ ଭଲ ବାତାବରଣ ସୃଷ୍ଟି ହେବ । ସମାଜରେ ସମ୍ପନ୍ନତା ଆସିଲେ ସ୍ୱାଭିମାନ ଆସିବ।

ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ଼ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପିରି ଏକ କାର୍ଯ୍ୟକ୍ରମ ପାଇଁ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବ୍ରାଣ୍ଡ ଅଫ୍ ଓଡ଼ିଶା ଗୌରବର ବିଷୟ ବୋଲି ସେ କହିଛନ୍ତି । ବ୍ୟବସାୟ ଓ ଶିଳ୍ପ ପାଇଁ ବ୍ରାଣ୍ଡିଂ ଓ ପ୍ରମୋଶନ ବହୁ ଗୁରୁତ୍ୱ ରଖେ । ଏହି ଅବସରରେ ଓୟୋର ପ୍ରତିଷ୍ଠାତା ଓଡ଼ିଆ ଯୁବକ ରିତେଶଙ୍କ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ରିତେଶ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ନୂଆ ବ୍ୟବସାୟ ସୃଷ୍ଟି କରିଛନ୍ତି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କଲେ ବ୍ରାଣ୍ଡ ସୃଷ୍ଟି ହେବ । ଏପରି ସମୟରେ ସଂବାଦର ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ଼ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମ ରାଜ୍ୟର ଅନେକଙ୍କୁ ପ୍ରୋତ୍ସାହିତ କରିବ । ଏହି ଅବସରରେ ସଫଳ ଉଦ୍ୟୋଗୀଙ୍କୁ ପ୍ରଦାନ କରାଯାଇଛି ବ୍ରାଣ୍ଡସ୍ ଅଫ୍ ଓଡିଶା, ପ୍ରାଇଡ ଅଫ୍ ଇଣ୍ଡିଆ କର୍ପୋରେଟ୍ ଏକ୍ସଲେନ୍ସି ସମ୍ମାନ ।

ଉତ୍କର୍ଷର ଉପାସକଙ୍କୁ ଉତ୍ସାହିତ କରିବାକୁ ଏଭଳି ଏକ ଯୋଜନା ବୋଲି କହିଛନ୍ତି ସମ୍ବାଦ ଗ୍ରୁପ୍ର ଅଧ୍ୟକ୍ଷ । ଏହି ଅବସରରେ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଜଣ ବ୍ରାଣ୍ଡ । ମୁଖ୍ୟମନ୍ତ୍ରୀ ଅପ୍ରତିଦ୍ୱନ୍ଦି ନେତା ଭାବେ ଲୋକପ୍ରିୟତା ହାସଲ କରିଛନ୍ତି । ଓଡ଼ିଆ ଲୋକ ହୋଇ ସାରା ବିଶ୍ୱରେ ନାଁ କମେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅସିତ୍ ତ୍ରିପାଠି ଆମ ପାଇଁ ନୂଆ ସଫଳତାର ପ୍ରମାଣ । ଏହି କାର୍ଯ୍ୟକ୍ରମ ଯୋଗୁଁ ନୂଆ ନୂଆ ପ୍ରତିଭାକୁ ଆମେ ପାଇଛୁ । ନୂଆ ପ୍ରତିଭା , ନୂଆ ଉଦ୍ୟୋଗ ବିଷୟ;ରେ ଜାଣିବାକୁ ପାଇଛୁ । ଓଡ଼ିଶାରେ ଅନେକ ସଫଳ ବ୍ୟକ୍ତି ଅଛନ୍ତି, ଅନେକ ଅନୁଷ୍ଠାନ ଅଛି । ଆତ୍ମ ଆବିଷ୍କାର କରିବାକୁ ଏହା ଆମର ଏକ ପ୍ରୟାସ ବୋଲି ସେ କହିଛନ୍ତି । ଉକ୍ରର୍ଷର ଉପାସକଙ୍କୁ ସାମ୍ନାକୁ ଆଣିବା ମିଡ଼ିଆର କାମ ବୋଲି ସେ କହିଛନ୍ତି ।