ସାବଧାନ । ଆପଣ ଚକଲେଟ୍ ଖାଉଛନ୍ତି କି? ଯଦି ହଁ ତେବେ, ହୋଇପାରନ୍ତି ଏହି ରୋଗର ଶିକାର

38

ଯେତେବେଳେ ବି ଆମକୁ ମୁଣ୍ଡ ବ୍ୟଥା ହୁଏ, ଆମେ ତୁରନ୍ତ ଔଷଧ ନେଇଥାଉ । କ’ଣ ଆପଣଙ୍କୁ ଜଣା ଅଛି ହଠାତ୍ ଆପଣଙ୍କ ମୁଣ୍ଡ ବ୍ୟଥା ହେବାର ଅନ୍ୟ କିଛି କାରଣ ବି ହୋଇପାରେ । କ’ଣ ଆପଣ ଜାଣିଛନ୍ତି କି ଚକଲେଟ୍ ଖାଇବା ଦ୍ୱାରା ଏମିତି ହୋଇପାରେ । ଚକଲେଟ୍ ଖାଇବା ପରେ ମୁଣ୍ଡ ବିନ୍ଧା ହେବା ଆରମ୍ଭ ହୋଇଯାଏ ଏବଂ ବାନ୍ତି ମଧ୍ୟ ହୁଏ । ଆପଣ ଜାଣିଛନ୍ତି କି ଏମିତି ହଠାତ୍ ହେବା ଚକଲେଟ୍ ଖାଇବାର କାରଣ ବି ହୋଇପାରେ । କାହିଁକିନା ଏହା କୈାଣସି ସାମାନ୍ୟ ମୁଣ୍ଡ ବ୍ୟଥା ନୁହେଁ, ଏହା ମାଇଗ୍ରେନ ହୋଇପାରେ । ମାଇଗ୍ରେନ୍ ର ବ୍ୟଥା ଲମ୍ବା ସମୟ ପର୍ଯ୍ୟନ୍ତ ହୋଇପାରେ । କିଛି ବିଶେଷ ପ୍ରକାରର ମୁଣ୍ଡ ବ୍ୟଥା ହୋଇଥାଏ ।

ମାଇଗ୍ରେନ୍ କେବେ କେବେ ହୁଏ ? : ଯଦି ମାତାପିତାଙ୍କ ମଧ୍ୟରୁ ଜଣେ କେହି ମାଇଗ୍ରେନ୍ ର ସମସ୍ୟାରେ ପୀଡିତ, ତେବେ ପିଲାଙ୍କୁ ବି ଏହି ସମସ୍ୟା ହୋଇପାରେ । ଏହି ସମସ୍ୟା ୪୦ ବର୍ଷରୁ କମ୍ ବୟସର ଲୋକଙ୍କ ଠାରେ ଅଧିକ ହୁଏ । ମାଇଗ୍ରେନର ସମସ୍ୟା ମହିଳାଙ୍କ ଠାରେ ଅଧିକ ହେବାର ସମ୍ଭାବନା ଥାଏ ।

ଏହି ସମସ୍ୟା ଦୂର କରିବା ପାଇଁ ପ୍ରଥମେ ଆପଣଙ୍କୁ ଏହାକୁ ଚିହ୍ନିବାକୁ ପଡିବ । ମାଇଗ୍ରେନ କୈାଣସି ଆଲର୍ଜିି ଦ୍ୱାରା ବି ହୋଇପାରେ । ଅତ୍ୟଧିକ ପରଫ୍ୟୁମ୍ ର ବାସ୍ନାରୁ ବି ହୋଇପାରେ କିମ୍ବା ଅଧିକ ଲାଇଟ୍ ବା ଆବାଜରୁ ବି ହୋଇପାରେ । ଅବସାଦ, ଧୂମପାନ, ମଦ୍ୟପାନ ବା ଅଧିକ ସମୟ ଭୋକରେ ରହିବା ଦ୍ୱାରା ବି ହୋଇପାରେ । ଚକଲେଟ୍ ବା ନଟସ୍ ଖାଇବା ଦ୍ୱାରା ବି ହୋଇପାରେ ।