ଅତ୍ୟାଧିକ ବିଦ୍ୟୁତ ବିଲକୁ ନେଇ ଚିନ୍ତାରେ ଅଛନ୍ତି କି ! ଆପଣଙ୍କୁ ମିଳିବ ଆଶ୍ୱସ୍ତି, ସରକାର ନେଉଛନ୍ତି ଏହି ବଡ ପଦକ୍ଷେପ ।

41

ଆପଣଙ୍କ ଘରେ ଲାଗିଥିବା ଘରୋଇ ଇଲେକ୍ଟ୍ରୋନିକ୍ସ ମିଟର କେତେ ସତ ? ଆପଣଙ୍କ ମିଟର କଣ ସେତିକି ବିଲ ଦେଖାଇଥାଏ, ଯେତିକି ଆପଣ ବ୍ୟବହାର କରିଥାନ୍ତି । ତେବେ ଏହା କିଏ କହିବ ଯେ, ଆପଣଙ୍କ ପ୍ରକୃତ ବିଲ୍ କେତେ । କାହିଁକି ନା ଭାରତରେ ଏହି ମିଟରର କୌଣସି ମାନକ ନାହିଁ ଏପରିକି ଏହି ମିଟର ଗୁଡିକ ମଧ୍ୟ ପଞ୍ଜୀକୃତ ନୁହେଁ । କିନ୍ତୁ ଉପଭୋକ୍ତା ମନ୍ତ୍ରାଳୟ ଏବେ ଏହି ଦିଗରେ ଏକ ପଦକ୍ଷେପ ନେବାକୁ ଯାଉଛି । ସୂଚନା ଅନୁଯାୟୀ, ସରକାର ମିଟର ଗୁଡିକର ଆକ୍ୟୁରାସି ଯାଞ୍ଚ କରିବାର କାମ ଲିଗାଲ ମେଟ୍ରୋଲୋଜି ବିଭାଗକୁ ଦେବା ପାଇଁ ନିଷ୍ପତ୍ତି ନେଇଛି ।

ଯଦି ଏପରି କରାଯାଏ ତେବେ ଏନର୍ଜି ଏବଂ ଗ୍ୟାସ କମ୍ପାନୀ ଗୁଡିକୁ ନିଜ ନିଜ ମିଟର ଲିଗାଲ ମେଟ୍ରୋଲୋଜି ଠାରୁ ସାର୍ଟିଫାଏଡ କରାଇବାକୁ ପଡିବ । ଆସନ୍ତା ସପ୍ତାହ ମଧ୍ୟରେ ଉପଭୋକ୍ତା ମନ୍ତ୍ରାଳୟ ଏନେଇ ଘୋଷଣା କରିବ । ତେବେ ବର୍ତ୍ତମାନ ସମୟରେ ଅଧିକାଂଶ କମ୍ପାନୀ ମିଟର ମେସିନ ଗୁଡିକୁ ବାହାରୁ ଇଂପୋର୍ଟ କରାଉଛନ୍ତି ଏବଂ ଏଠାରେ କେବଳ ନିଜର ଟ୍ୟାଗ ଲଗାଉଛନ୍ତି । କିନ୍ତୁ ଏବେ କମ୍ପାନୀ ଗୁଡିକୁ ଭାରତରେ ହିଁ ଏହାକୁ ତିଆରି କରିବାକୁ ପଡିବ । ତେବେ ଏପରି ହେବା ଦ୍ୱାରା ମିଟର ଦ୍ୱାରା କରାଯାଉଥିବା ଲୁଟ ରୋକାଯାଇପାରିବ । କାହିଁକି ନା ଏବେ ଜଣାପଡିଯିବ ଯେ, ଆପଣଙ୍କ ମିଟର କେଉଁ ଆଧାରରେ ଚାଲୁଛି । କମ୍ପାନୀଗୁଡିକୁ ରାଜ୍ୟସ୍ଥରରେ ଲିଗାଲ ମେଟ୍ରୋଲୋଜି ବିଭାଗର ସାର୍ଟିଫିକେସନ ମଧ୍ୟ ନେବା ପାଇଁ ପଡିବ । ଡିଲର ସ୍ଥରରେ ଦିଆଯାଉଥିବା ଲାଇସେନ୍ସ ଉପରେ ରୋକ ଲାଗିବ ।