ଫ୍ୟାସନେବଲ୍ ଦେଖାଯିବା ପାଇଁ ଆପଣାନ୍ତୁ କିଛି ଟିପ୍ସ୍ . . . . .

39

ସମସ୍ତେ ଫ୍ୟାସନେବଲ୍ ଦେଖାଯିବା ପାଇଁ ଚାହାନ୍ତି । କିନ୍ତୁ କାଳେ ଅଧିକ ଟଙ୍କା ଖର୍ଚ୍ଚ ହେବ ସେ ନେଇ ଅଧିକ କିଛି କରିପାରନ୍ତି ନାହିଁ । କେବଳ ଦାମୀ ପୋଷାକ କିମ୍ବା ଦାମୀ ସାମଗ୍ରୀ ବ୍ୟବହାର କଲେ ହିଁ ବ୍ୟକ୍ତି ଫ୍ୟାସନେବଲ୍ ଦେଖାଯାଆନ୍ତି ନାହିଁ  ?  ଆପଣ ଯଦି ଏପରି କିଛି ଭାବୁଛନ୍ତି ତେବେ, ଆପଣ ଏକଦମ ଭୁଲ୍ ଭାବୁଛନ୍ତି । ଖୁବ୍ ସ୍ୱଳ୍ପ ଅର୍ଥ ଖର୍ଚ୍ଚରେ ବି ଆପଣ ପାଇ ପାରିବେ ଫ୍ୟାସନେବଲ୍ ଲୁକ୍ । ମାତ୍ର ନିଜକୁ କେମିତି ଲୁକ୍ ଅଧିକ ଆକର୍ଷିତ କରୁଛି ସେଥିପ୍ରତି ଯତ୍ନବାନ ହେବା ନିତାନ୍ତ ଆବଶ୍ୟକ । ନିମ୍ନରେ ଦିଆଯାଇଛି କେତୋଟି ଟିପ୍ସ, ଯାହାକୁ ଆପଣେଇଲେ ଆପଣ ଦିଶିବେ ସ୍ୱତନ୍ତ୍ର ଓ ଭିନ୍ନ ।

 

– ଅନ୍ୟକୁ ଦେଖି ପୋଷାକ ପରିଧାନ କରନ୍ତୁ ନାହିଁ । ସମସ୍ତଙ୍କର ଶରୀର ଆକୃତି, ଚେହେରାର ଗଢ଼ଣ ଏବଂ ରଂଗ ଭିନ୍ନ ହୋଇଥିବା ହେତୁ ସମସ୍ତଙ୍କୁ ସବୁ ଧରଣ ପୋଷାକ ଭଲ ମାନେ ନାହିଁ । ନିଜକୁ ସୁହାଇଲା ପରି ପୋଷାକ ପିନ୍ଧନ୍ତୁ ଏବଂ ମନେ ରଖନ୍ତୁ ଆପଣଙ୍କୁ ସେହି ପୋଷାକ କିପରି ମାନୁଛି ସେ ନିର୍ଣ୍ଣୟ ଆପଣଙ୍କର ନୁହେଁ ଆଉ କାହାର ହେବା ଉଚିତ ।

–  ବେଳେ ବେଳେ ଗାଢ଼ ଲିପଷ୍ଟିକ୍, କଜ୍ୱଳ ଏବଂ ମୋଟା ପ୍ରସାଧନ ସାମଗ୍ରୀ ଛାଉଣୀ ତଳେ ରହି ବି ସୌନ୍ଦର୍ଯ୍ୟ ଉପଭୋଗ୍ୟ ଯୋଗ୍ୟ ହୋଇପାରେନା । ଆପଣଙ୍କ ଓଠ, ଆଖିର ଆକୃତି ଓ ଗଢ଼ଣ ଉପରେ ନିର୍ଭର କରେ ଆପଣ କେଉଁ ରଂଗର ଲିପଷ୍ଟିକ୍ ଏବଂ କେତେ ପରିମାଣର କଜ୍ୱଳ ଲଗାଇବେ। ସଜ ହେବା ସମୟରେ ଆଇନା ସାମ୍ନାରେ ବସି ନିଜକୁ ସମୀକ୍ଷା କରନ୍ତୁ, କେମିତି ସଜରେ ଆପଣଙ୍କ ସୌନ୍ଦର୍ଯ୍ୟ ମନଲୋଭା ହୋଇପାରୁଛି।

– ପୁରୁଷମାନେ ମଧ୍ୟ ନିଜ ପୋଷାକର ରଂଗ ଏବଂ ଡିଜାଇନ୍ ପ୍ରତି ଧ୍ୟାନ ଦିଅନ୍ତୁ । କେତେକ ପୁରୁଷଙ୍କୁ ଚିତ୍ରବିଚିତ୍ର ପୋଷାକ ଭଲ ମାନୁଥିବା ବେଳେ ଆଉ କେତେକଙ୍କୁ ଫର୍ମାଲ ସାର୍ଟ ବହୁତ ଭଲ ମାନିଥାଏ । ମନେ ରଖନ୍ତୁ ପ୍ରତ୍ୟେକ ପୋଷାକ ଫ୍ୟାସନେବଲ୍ ଲୁକ୍ ଦେଇପାରେ । ସେ ପୋଷାକ କିନ୍ତୁ ଆପଣଙ୍କୁ ମାନୁଥିବା ଉଚିତ ।

– ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜୋତା । ନାରୀ ହୁଅନ୍ତୁ ଅବା ପୁରୁଷ ହୁଅନ୍ତୁ ଜୋତା ଖରାପ ଥିଲେ ପୂରା ଲୁକ୍ ଖରାପ ହୋଇଯାଏ । ଅବଶ୍ୟ ବେଶି ଲୋକ ଜୋତାକୁ ସେତେଟା ଗୁରୁତ୍ୱ ଦିଅନ୍ତି ନାହିଁ । ମାତ୍ର ଜଣେ ଫେସନ୍ ଡିଜାଇନ୍ର ଏକ ସୋ’ରେ କହିଥିଲେ ଯେ ହଳେ ଜୋତା ହିଁ ବ୍ୟକ୍ତିକୁ ସଂପୂର୍ଣ୍ଣ ସୌନ୍ଦର୍ଯ୍ୟ ପ୍ରଦାନ କରିପାରେ ।

– ଅନେକଙ୍କ ଭାବନା ବହୁତଗୁଡ଼ାଏ ଗହଣା, ରଂଗ-ବେରଙ୍ଗୀ ପୋଷାକ ପିନ୍ଧିବା ଦ୍ୱାରା ନିଜକୁ ଫ୍ୟାସନେବଲ୍ ଭାବେ ଉପସ୍ଥାପିତ କରି ହେବ । ଅବଶ୍ୟ ଏହା ତେକେକ କ୍ଷେତ୍ରରେ ଠିକ୍ ମନେ ହେଉଥିଲେ ବି ଅଧିକାଂଶ କ୍ଷେତ୍ରରେ କମ୍ ଗହଣା ଏବଂ ସାଧାରଣ ପୋଷାକ ପିନ୍ଧିଥିବା ବ୍ୟକ୍ତି ଅଧିକ ଆକର୍ଷଣୀୟ ଦିଶିଥାନ୍ତି ।