କେମିତି ହେବ ଟିକାକରଣ? ଟିକା ପାଇଁ କେତେ ପ୍ରସ୍ତୁତ ଭାରତ? କୋଭିଡ୍ ଭ୍ୟାକ୍ସିନକୁ ନେଇ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର

ଜାନୁଆରୀ ୧୬ରୁ ସାରା ଦେଶରେ କରୋନା ଟିକାକରଣ

153

କନକ ବ୍ୟୁୁରୋ:  କରୋନା ସହ ଲଢେଇ । ଭାରତରେ ଆସନ୍ତା ଶନିବାରରୁ ଆରମ୍ଭ ହେବ ଟିକାକରଣ । ଏଥିପାଇଁ ପ୍ରସ୍ତୁତି ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଂଚିଛି । ଆଉ ଏହି ଟିକାକରଣକୁ ସାରା ଦେଶ ଉତ୍ସୁକତାର ସହ ଅପେକ୍ଷା  କରି ରହିଛି । ସବୁ ରାଜ୍ୟରେ  ଟିକାକରଣ ପାଇଁ  ମହାଅଭ୍ୟାସ  ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ପାଇବେ । ତେବେ ଏହି ଟିକାକରଣ  କେମିତି ହେବ । ଆଉ ଏହା ପୂର୍ବରୁ ଆପଣଙ୍କୁ କିଛି ତଥ୍ୟ ଜାଣିବାକୁ ପଡିବ । କିଏ ପାଇବ ଟିକା ଓ ଭାରତ ଏଥିପାଇଁ କେତେ ପ୍ରସ୍ତୁତ ତା ଉପରେ ନଜର ପକାନ୍ତୁ ।

୧. କିଏ ପାଇବ ଟିକା ?

ପ୍ରାଥମିକତା ଭିତ୍ତିରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ମିଳିବ ଟିକା । ସେହିଭଳି ୫୦ ବର୍ଷରୁ ଅଧିକ ଲୋକ ଓ ଏକାଧିକ ରୋଗରେ ପୀଡିତ ଲୋକ ଟିକା ପାଇବେ ।

୨. ଭାରତ କେତେ ପ୍ରସ୍ତୁତ ?

୩ଟି ପର୍ଯ୍ୟାୟରେ ଦେଶରେ ଡ୍ରାଏରନ ହୋଇଛି

-୨୮-୨୯ରେ ୪ ଟି ରାଜ୍ୟରେ ଡ୍ରାଏ ରନ

-ଜାନୁଆରୀ ୩ରେ ୭୪ ଜିଲ୍ôଲାରେ ଡ୍ରାଏରନ

-୮ ତାରିଖରେ ଦେଶବ୍ୟାପୀ ଅଭ୍ୟାସ

-୨ ହଜାର ୩୬୦ ଜଣଙ୍କୁ ଟିକା ପାଇଁ ତାଲିମ

୩. କେଉଁ ଟିକାକୁ ଅନୁମତି ?

-ବର୍ତ୍ତମାନ କେବଳ କୋଭିସିଲ୍ଡ ଓ କୋଭାକ୍ସିନ  ଟିକାର ଜରୁରୀ ବ୍ୟବହାରକୁ ଅନୁମତି

-ଜରୁରୀକାଳୀନ ବ୍ୟବହାର ପାଇଁ ଆଉ ୭ ଟିକା ଅନୁମତି ଅପେକ୍ଷାରେ

୪. ଟିକା ପାଇଁ ରେଜଷ୍ଟ୍ରେସନ ଜରୁରୀ କି ?

-ଟିକା ପାଇବାକୁ ହେଲେ ପଞ୍ଜିକରଣ ଜରୁରୀ

-କୋ-ୱିନ ଆପ୍ଲିକେଶନ ଜରିଆରେ ରେଜିଷ୍ଟ୍ରେସନ

-ବର୍ତ୍ତମାନ ଏହି ଆପ୍ଲିକେଶନ ଲୋକଙ୍କ ବ୍ୟବହାର ପାଇଁ ଆସିନାହିଁ

୫. ପଞ୍ଜିକରଣ ପାଇଁ ପରିଚୟପତ୍ର ଜରୁରୀ କି ?

-ଡ୍ରାଇଭିଂ ଲାଇସେନ୍ସ, ସ୍ୱାସ୍ଥ୍ୟ ପରିଚୟପତ୍ର, ପ୍ୟାନ କାର୍ଡ, ମନରେଗା କାର୍ଡ,

-ବ୍ୟାଙ୍କ ଓ ପୋଷ୍ଟଅଫିସ ଜମା ଖାତା, ଭୋଟର କାର୍ଡ, ପେନସନ କାଗଜପତ୍ର

୬. କେଉଁ ଦେଶରେ ଚାଲିଛି ଟିକାକରଣ?

-ବ୍ରିଟେନ ଓ ଆମେରିକାରେ ଚାଲିଛି ଟିକାକରଣ

-୩୫ରୁ ଅଧିକ ଦେଶରେ ଟିକା ଅଭିଯାନ ଚାଲିଛି

୭. କରୋନା ସଂକ୍ରମିତ ବ୍ୟକ୍ତି ଟିକା ନେବା ଜରୁରୀ କି ?

-ବିଶେଷଜ୍ଞଙ୍କ ମତରେ  କୋଭିଡ ଭଲ ହୋଇଥିବା ବ୍ୟକ୍ତି ବି ଟିକା ନେବା ଦରକାର

-ଟିକା ରୋଗପ୍ରତିଷେଧକ  ବଢାଇବାରେ ସହାୟକ ହେବ