ବେକ ଯନ୍ତ୍ରଣାରୁ ରକ୍ଷା ପାଇବେ କିପରି ? ଆପଣାନ୍ତୁ କିଛି ଘରୋଇ ଉପଚାର . . . . .

53

ନୂତର ଜ୍ଞାନକୌଶଳ ଆମ ଜୀବନକୁ ଖୁବ ମାତ୍ରାରେ ସହଜ କରିଦେଇଛି । ତେଣୁ ସମସ୍ତ ଦରକାରୀ ଜିନିଷ ଆମ ହାତ ପାଆନ୍ତାରେ ସହଜରେ ମିଳିଯାଉଛି । କେବଳ ଘରେ ନୁହେଁ ଅଫିସରେ ମଧ୍ୟ ଏ ସବୁ ଅତି ସହଜରେ ଉପଲବ୍ଧ ହୋଇପାରିଛି । ତେଣୁ ସାରା ଦିନ ଅଫିସରେ ସ୍ମାର୍ଟଫୋନ ଏବଂ କମ୍ପ୍ୟୁଟର ସାମ୍ନାରେ ବସି ବସି ଦିନ ସରିଯାଉଛି, ଏବଂ ସମସ୍ତ କାମ ମଧ୍ୟ ହୋଇପାରୁଛି । କିନ୍ତୁ ପ୍ରତ୍ୟେକ ଜିିନିଷର ଉପକାରିତା ଥିବା ସହ ଅପକାରିତା ମଧ୍ୟ ରହିଥାଏ । ତେବେ ଦିନ ସାରା କମ୍ପ୍ୟୁଟଣ ଓ ଲାପଟପରେ କାମ କରିବା ଦ୍ୱାରା ଅନେକ ବ୍ୟକ୍ତିଙ୍କର ବେକ ଏବଂ କାନ୍ଧ ଦରଜ ହୋଇଥାଏ । ପ୍ରତିଦିନ ଏସବୁ ଜିନିଷ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳିଥାଏ । ଆମ ବେକ ଖୁବ ସମ୍ବେଦନଶୀଳ, ତେଣୁ ଅଧିକ କଷ୍ଟ ଅନୁଭବ ହୋଇଥାଏ । କଷ୍ଟରୁ ରକ୍ଷା ପାଇବା ପାଇଁ ଆମେ ବାମ୍ ବ୍ୟବହାର କରିଥାଏ । କିନ୍ତୁ ଏଥିରୁ ରକ୍ଷା ପାଇବା ପାଇଁ ଆମେ ପ୍ରାକୃତିକ ଉପାୟ ମଧ୍ୟ ଅବଲମ୍ବନ କରିପାରିବା । ଆସନ୍ତୁ ଜାଣିବା କିଛି ଉପକାରୀ ତଥ୍ୟ . . . . .

 

 

 

 

 

 

 

 

 

 

 

 

 

 

ଅଲିଭ ଅଏଲ- ଅଲିଭ ଅଏଲଶରୀର ପାଇଁ ଖୁବ ଲାଭଦାୟକ । ଶରୀରର କୌଣସି ଅଙ୍ଗ ଦରଜରୁ ମୁକ୍ତି ପାଇବା ପାଇଁ ଏହାକୁ ବ୍ୟବହାର କଲେ ଆରାମ ମିଳିଥାଏ । ଅଲିଭ ଅଏଲ ଆଭ୍ୟନ୍ତରୀଣ ଶରୀରରେ ମଧ୍ୟ ଖୁବ ଭଲ କାମ କରିଥାଏ ।

ଲୁଣ- ଲୁଣ ମଧ୍ୟ ଶରୀରରେ ଏକ ଭିନ୍ନ ରୂପରେ କାମ କରିଥାଏ । କାରଣ ଏଥିରେ ଥିବା ମ୍ୟାଗ୍ନେସିୟମ ସଲଫେଟ ଶରୀରରେ ହେଉଥିବା ଦରଜରୁ ରକ୍ଷା କରିଥାଏ । ମ୍ୟାଗ୍ନେସିୟମ ତ୍ୱଚାରେ ଅବଶୋଷିତ ହୋଇଥାଏ ଏବଂ କଷ୍ଟକୁ କମାଇଥାଏ । ସଲଫେଟ ମାଂସପେଶୀରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ।ଏହି ଦୁଇଟି ଦ୍ରବ୍ୟର ମିଶ୍ରଣରେ କଷ୍ଟରୁ ରକ୍ଷା ପାଇବାର ଉପାୟ ବହୁ ପୁରୁଣା ।

ବ୍ୟବହାର- ଏକ କାଚ ଜାରରେ ୫ ବଡ଼ ଚାମଚ ଲୁଣ ଏବଂ ୧୦ ବଡ଼ ଚାମଚ ଅଲିଭ ଅଏଲ ଭଲ ଭାବରେ ମିଶାଇ ଦିଅନ୍ତୁ । କିଛି ଘଂଟା ପରେ ଏହାର ରଙ୍ଗ ଲାଇଟ ହୋଇଯିବ । ଏହି ମିଶ୍ରଣକୁ ବେକରେ ୨ରୁ ୩ ମିନିଟ ପର୍ଯ୍ୟନ୍ତ ଘଷନ୍ତୁ । ଏହା ଦ୍ୱାରା ବ୍ଲଡ ସରକୁଲେସନ ବଢିଯାଏ ଏବଂ ଦରଜ କମିଯାଏ । ମାଲିସ କରି ସାରିବା ପରେ ଏକ କପଡ଼ାରେ ଭଲ ଭାବେର ପୋଛି ଦିଅନ୍ତୁ । ଏହାକୁ ପ୍ରତିଦିନ କରିବା ଦ୍ୱାରା ଭଲ ଫଳାଫଳ ମିଳିଥାଏ ।