ବିଜେପିର ବିଜୟ ଉତ୍ସବ ! ରାଜଧାନୀର ଦଳୀୟ କାର୍ୟ୍ୟାଳୟରେ ଧୁମଧାମରେ ଉତ୍ସବ ପାଳିଛନ୍ତି ଦଳୀୟ ନେତା ଓ କର୍ମୀ

29

କନନ ବ୍ୟୁରୋ : ବିଜେପି ପାଳିଛି ବିଜୟ ଉତ୍ସବ । ରାଜଧାନୀ ଭୁବନେଶ୍ୱରର ଦଳୀୟ କାର୍ଯ୍ୟାଳୟରେ ଧୁମଧାମରେ ଉତ୍ସବ ପାଳିଛନ୍ତି ଦଳୀୟ ନେତା ଓ କର୍ମୀ । ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି । ଏପରିକି ଦଳୀୟ ଅଫିସରେ ଜମିଛି ସେଲିବ୍ରେସନ । ମହିଳା କର୍ମୀ ନାଚ ଗିତରେ ମସଗୁଲ୍ ହୋଇଛନ୍ତି ।

ବିଜେଡିକୁ ପଛରେ ପକାଇ ଅନେକ ସ୍ଥାନରେ ବିଜେପି ଜିଲ୍ଲା ପରିଷଦ ଗଢିବାକୁ ଯାଉଛି । ଯାହାର ଶ୍ରେୟ ଓଡିଶାବାସୀଙ୍କୁ ଦେଇଛି ଦଳ । ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ନିର୍ବାଚନରେ ହରାଇଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ନେତ। । ଆଗକୁ ସାଧାରଣ ନିର୍ବାଚନରେ ବି ଦଳ ସରକାର ଗଢିବ ବୋଲି ଅନେକ ନେତା ଦମ୍ଭ ଦେଖାଇଛନ୍ତି ।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବିଜେପି ପାଇଁ ମହାଭାରତର ବିରାଟ ଯୁଦ୍ଧ ଥିଲା । ୨୦୧୯ରେ ଦଳ କୁରୁକ୍ଷେତ୍ର ଯୁଦ୍ଧ ଲଢିବ । ଏହା କହିଛନ୍ତି ବରିଷ୍ଠ ବିଜେପିି ନେତା ସୁରେଶ ପୂଜାରୀ । ପଂଚାୟତ ନିର୍ବାଚନରେ ବିଜେପିର ବିପୁଳ ବିଜୟ ପାଇଁ ସେ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶନିବାର ରାଜ୍ୟର ସମସ୍ତ ଦଳୀୟ କାର୍ଯ୍ୟାଳୟରେ ବିଜେପି ପାଳିଛି ବିଜୟ ଉତ୍ସବ ।