ଗଛ ଗୋଟିଏ ଲାଭ ଅନେକ ! ବିଭିନ୍ନ ରୋଗର ମହୌଷଧି ହେଉଛି ତୁଳସୀ

158

ତୁଳସୀ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ । ଅନେକ ରୋଗପାଇଁ ରାମବାଣ ପରି କାମ କରିଥାଏ ତୁଳସୀ । ଏବେ ନଜର ପକାନ୍ତୁ ତୁଳସୀର ଔଷଧୀୟ ଗୁଣ ଉପରେ ।

– ତୁଳସୀ ରୋଗ ପାଇଁ ବହୁତ ଉପକାରୀ । ଏହାର ପତ୍ରକୁ ଅଦା ଓ ମହୁ ସହିତ ସମାନ ମାତ୍ରାରେ  ମିଶାଇ ସେବନ କଲେ, ଶୁଖିଲା କାଶ,  ଥଣ୍ଡା କାଶ ଓ ଜ୍ୱର ଆଦି ଭଲ ହୋଇଥାଏ ।

– ତୁଳସୀ ପତ୍ର, ଲବଙ୍ଗ ଓ ସାଧାରଣ ଲୁଣକୁ ଅଧାଲିଟର ପାଣିରେ ମିଶାଇ ଫୁଟାନ୍ତୁ । ଏହି ଫୁଟା ପାଣି ଅଧା ହୋଇଯିବା ପରେ ଓହ୍ଲାଇ ଦିଅନ୍ତୁ ।  ଏହି ପାଣି ଇନ୍‌ଫ୍ଲୁଏଞ୍ଜା ରୋଗ ପାଇଁ ଲାଭଦାୟକ ।

– ତୁଳସୀ ହୃଦ୍‌ରୋଗରେ ବହୁତ ଲାଭକାରୀ । ତୁଳସୀର ନିତ୍ୟ ସେବନ ଫଳରେ ରକ୍ତରେ କୋଲେଷ୍ଟ୍ରୋଲ୍‌ର ମାତ୍ରା ହ୍ରାସ ପାଇଥାଏ । ତୁଳସୀ ପତ୍ରର ରସ କାଛୁକୁଣ୍ଡିଆ ଆଦି ପାଇଁ ମଧ୍ୟ ଭଲ ।

– ଆଖି ବ୍ୟଥା ହେଉଥିଲେ ତୁଳସୀ ପତ୍ରର ରସ  ଆଖିରେ ପକାଇଲେ, ବ୍ରଥା ଦୂର ହୋଇଥାଏ । ପ୍ରତି ରାତିରେ ଶୋଇବା ସମୟରେ ଦୁଇ ବେଳା କଳା ତୁଳସୀ ପତ୍ରର ରସ ଆଖିରେ ପକାଇଲେ, ତାହା ପାଇଁ  ଲାଭଦାୟକ ।

– ଦାନ୍ତରୋଗ ପାଇଁ ମଧ୍ୟ ତୁଳସୀ ଲାଭଦାୟକ । ତୁଳସୀ ପତ୍ରକୁ ଖରାରେ ରଖି ଶୁଖାଇ ଗୁଣ୍ଡ ତିଆରି କରନ୍ତୁ । ତା’ପରେ ଏହା ଦାନ୍ତମଞ୍ଜନ ସହିତ ମିଶାଇ ବ୍ୟବହାର କରିବା ଉଚିତ୍‌ ।

– ଛୋଟପିଲାମାନଙ୍କର ସାଧାରଣ ରୋଗ ଯଥା କାଶ, ଥଣ୍ଡା, ଜ୍ୱର, ଡାଇରିଆ ଓ ବାନ୍ତି ଇତ୍ୟାଦି ମଧ୍ୟ ତୁଳସୀ ପତ୍ରରସରେ ଭଲହୋଇଥାଏ । ଏହାର ରକ୍ତକୁ ଶୁଦ୍ଧ କରିବା ସହିତ ଅନେକ ପ୍ରକାରର ରୋଗରୁ ମୁକ୍ତି ଦେଇଥାଏ ।